OnaKhabar

ବଜ୍ରପାତରେ ଦୁଇ ମୃତ

36

ଭୁବନେଶ୍ୱର: ଗଲା କିଛି ମାସ ହେଲା ରାଜ୍ୟ ଉପରେ ଯେପରି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି । କେତେବେଳେ ଅସହ୍ୟ ଖରାରେ ଲୋକେ ଆଉଟୁପାଉଟୁ ହେଉଛନ୍ତି ତ କେତେବେଳେ ଲୋକେ ବର୍ଷା ଓ ଘଡଘଡିରେ ପ୍ରାଣ ହରାଉଥିବାର ଦେଖିବାକୁ ମିଳୁଛି । ତେବେ ବାତ୍ୟା ଫନି ପରେ ରାଜ୍ୟରେ କେତେବେଳେ ଖରା ଲାଗି ରହୁଛି ତ କେତେବେଳେ କାଳବୈଶାଖୀର ତାଣ୍ଡବ ହେଉଥିବାର ଦେଖିବାକୁ ମିଳିଛି ।
ତେବେ ରାଜ୍ୟରେ ଆଜି କାଳବୈଶାଖୀର ହାଇଆର୍ଲଟ ହୋଇଥିଲା । ହାଇଆର୍ଲଟ ହେବା ସତ୍ତେ୍ୱର୍ ଲୋକେ ଏହାକୁ ଖାତିର ନକରି କାମ କରିଥିଲେ । ଫଳରେ ବଜ୍ରପାତ ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ମୃତ ଦ୍ୱୟ ବ୍ୟକ୍ତି ହେଉଛନ୍ତି, ବାରିପଦା ଅନ୍ତର୍ଗତ ବଡସାହି ବ୍ଲକ ନିଶ୍ଚିତପୁର ଅନ୍ତର୍ଗତ ବେଲପାଳ ଗାଁର ବୋଲି ଜଣାପଡିଛି । ସୂଚନାନୁଯାୟୀ, ବାଲି ଉଠାଇବାକୁ ଯାଇଥିବା ଟ୍ରାକ୍ଟର ଡ୍ରାଇଭର ଓ ହେଲପର ଏହି ବଜ୍ରପାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

https://www.onakhabar.com/2019/05/rain-in-odisha-8/