OnaKhabar

ପାଚିଲା ଅମୃତଭଣ୍ଡା ଖାଇଲେ କି ଲାଭ ମିଳେ ଜାଣନ୍ତୁ…

0 19

ପାଚିଲା ଅମୃତଭଣ୍ଡା ଭିଟାମିନ୍ ଏ ଏବଂ ବି ର ଗୁଣରେ ଭରପୂର । ଏହାକୁ ଖାଇବା ସହିତ ସ୍କିନ୍ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ । କଞ୍ଚା ଅମୃତଭଣ୍ଡାକୁ ତରକାରୀ କରାଯାଏ । ପାଚିଲା ଅମୃତ ଭଣ୍ଡାକୁ ଫଳ ଭାବରେ ଖିଆଯାଏ । ଏହା ସହିତ ଏହାକୁ ଜୁସ୍, ଜେଲୀ, ଜାମ୍ ତିଆରିରେ ମଧ୍ୟ ବ୍ୟବହାର କରାଯାଏ । ବହୁତ ଲୋକ ଅମୃତଭଣ୍ଡାକୁ ଫେସ୍ ପ୍ୟାକ୍ ଭାବରେ ମଧ୍ୟ ବ୍ୟବହାର କରନ୍ତି । ଏମିତି ତ ହୱାଇନ୍ଓ ମେକ୍ସିକନ୍ ଅମୃତଭଣ୍ଡାର ସ୍ୱାଦ ମଧ୍ୟ ଅଲଗା ଅଲଗା । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଶହେ ଗ୍ରାମ୍ ଅମୃତଭଣ୍ଡାରୁ ୧ରୁ ୨ ଚାମଚ ପ୍ରୋଟିନ୍, ୯୮କ୍ୟାଲୋରୀ, ୭୦ ଏମଜି ଆଇରନ ଭରପୂର ମାତ୍ରାରେ ମିଳେ । ଏହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ । କଞ୍ଚା ଅମୃତଭଣ୍ଡାକୁ ଯଦି ଆମିଷ ତରକାରୀରେ ପକାଯାଏ, ତେବେ ଏହାଜଲ୍ଦି ସିଝିଯାଏ । ଏହାକୁ ତାଜା ଖାଇବା ଉଚିତ୍ କାରଣ ଗଛରୁ ପଡ଼ିବା ପରେ ଏହାବେଶୀ ଦିନ ପର୍ଯ୍ୟନ୍ତ ଫ୍ରେସ୍ ରୁହେ ନାହିଁ । ଏହି ଗଛ ଲଗାଇବାର ଦୁଇରୁ ତିନି ବର୍ଷମଧ୍ୟରେ ଫଳ ଆସିଯାଏ ।
ଆସନ୍ତୁ ଜାଣିବା ଏହା ଖାଇଲେ କେଉଁ କେଉଁ ଉପକାରରେ ଆସେ-
୧. କୌଣସି ପୋଲିଓଗ୍ରସ୍ତ ଲୋକଙ୍କ ପାଇଁ ଏହା ବେଶ୍ ଲାଭଦାୟକ ।
୨. ଏଥିରେ ପପେନ ନାମକ ପଦାର୍ଥ ଥାଏ ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟକରେ
୩. ଏହାକୁ ମୁହଁରେ ଲଗାଇଲେ ବ୍ରଣ ହୁଏ ନାହିଁ ତଥା କଳାଦାଗକୁ କମ୍ କରେ ।
୪. ଏହାକୁ ବହୁତ ଲୋକ ପ୍ରାକୃତିକ ବ୍ଲିଚ୍ ଭାବରେ ମଧ୍ୟ ବ୍ୟବହାର କରନ୍ତି ।
୫. ଦାନ୍ତରୁ ଯଦି ରକ୍ତ ବାହାରୁଥାଏ । ତେବେ ଏହାର ସେବନ ଯୋଗୁଁ ଲାଭ ମଳିଥାଏ ।
୬.ଅର୍ଶ ରୋଗ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ କାରଣ ଏହାକୁ ଖାଇବା ଦ୍ୱାରାକୋଷ୍ଠକାଠିନ୍ୟ ହୁଏ ନାହିଁ ।

Leave A Reply

Your email address will not be published.