OnaKhabar

ପାରିବାରିକ କଳହରୁ କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

55

ବାରିପଦା: ରାଜ୍ୟରେ ଦିନକୁ ଦିନ ଅପରାଧ ଓ ହତ୍ୟା ବଢୁଥିବା ବେଳେ ଏହି କିପରି ଥମିବ ତାହା ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଉନଥିବା ସନ୍ଦେହ ହେଉଛି | ଗୋଟେ ପରେ ଗୋଟେ ହତ୍ୟା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି |ଏହି ପରିପେକ୍ଷରେ ଆଜି ସେହିପରି ଏକ ଘଟଣା ସାମନାକୁ ଆସିଛି | ଜଣେ ସ୍ୱାମୀ ତାର ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଥିବାର ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନ ମାଧବପୁର ଗାଁ ରେ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତ୍ରିରେ ଘଟଣା ଘଟିଥିଲେ ଘଟଣାଟି ଆଜି ପଦାକୁ ଆସିଛି ।
ସୂଚନାନୁଯାୟୀ, ମାଧବପୁର ଗାଁର ଖେଲା ସରେନ ଘୋରଇ କଳିକୁ ନେଇ ନିଜ ସ୍ତ୍ରୀ ରାଣୀ ସରେନକୁ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ତେବେ ଦୀର୍ଘ ଦିନ ହେବ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିରହେ । ଗତକାଲି ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ମୁଣ୍ଡ, ପିଠି, ହାତ ଓ ଗୋଡ଼ରେ ଗଭୀର ଆଘାତ ଦେଇଥିଲା, ଠେଙ୍ଗା ରେ ପିଟିବା ପରେ ପ୍ରଚୁର ରକ୍ତସ୍ରାବ ପରେ ସ୍ତ୍ରୀ ର ମୃତ୍ୟୁ ହୋଇଅଛି । ତେବେ ମୃତକ ରାଣୀର ଭାଇଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ହତ୍ୟାକାରୀ ସ୍ୱାମୀ କୁ ଗିରଫ କରିଛି ।

https://www.onakhabar.com/2019/05/murder-case-in-berhampur-2/