OnaKhabar

ପିସିିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

0 13

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଆଜି ଘୋଷଣା କରିଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ନେଇ ସେ ପ୍ରକାଶ କରିଛନ୍ତି । ୨୦୦୯ ନିର୍ବାଚନରେ ଦଳ ୧୬ଟି ବିଧାନସଭା ଆସନ ଜିତିଥିଲା ବେଳେ ଏଥର ମାତ୍ର ୯ଟି ଆସନରେ ଜିତିଛି । ନିରଞ୍ଜନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ ବୋଲି କୁହାଯାଉଥିଲା ହେଲେ ଦଳର ଏହି ଖରାପ ପଦର୍ଶନ ସମସ୍ତଙ୍କୁ ଚିନ୍ତାରେ ପକାଉଛି । ଦଳ ଭିତରେ ବିବାଦ ମଧ୍ୟ ଦେଖାଦେଉଛି । ନିରଞ୍ଜନଙ୍କ ପଦକ୍ଷେପକୁ ନେଇ ବରିଷ୍ଠ ନେତା ଶରତ ରାଉତ ପୂର୍ବରୁ ସମାଲୋଚନା କରିଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଦଳର ବିଭିନ୍ନ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ସେ କଂଗ୍ରେସରେ ଅଛନ୍ତି ରହିବେ, ରାଜ୍ୟରେ ନବୀନ ଓ ଦେଶରେ ମୋଦିଙ୍କୁ ଲୋକେ ଆପଣେଇଛନ୍ତି । ରାଜନୀତିରେ ନୀତି ଆଦର୍ଶ ବୋଲି ଆଉ କିଛି ନାହିଁ ବ୍ୟବସାୟୀ ହୋଇଯାଇଛି, ଯୁବକମାନଙ୍କୁ ଏଥର କଂଗ୍ରେସ ଅଧିକ ପ୍ରାର୍ଥୀ କରିଛି ଏଣୁ ନୀତି ଓ ଆଦର୍ଶମାନ ଯୁବକମାନେ ନେତୃତ୍ୱ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

https://www.onakhabar.com/2019/05/niranjan-is-not-sure-about-congress-is-power-in-odisha/

Leave A Reply

Your email address will not be published.