OnaKhabar

ରାଜଧାନୀରେ ବଢୁଛି ଦାଦାଗିରି, ମହିଳାଙ୍କ ଘରେ ପଶି ମହିଳା କଲେ ଆକ୍ରମଣ, ଗିରଫ ହେଲେ ଦୁଇ ମହିଳାଙ୍କ ସମେତ ୪ ଯୁବକ

0 25

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ଓ ହିଂସା ବୃଦ୍ଧି ପାୁଥିବାର ଦେଖିବାକୁ ମିଳୁଛି । ଏହି ପରିପେକ୍ଷରେ ଆଜି ସେହିପରି ଏକ ଅଭିଯୋଗ ପଦାକୁ ଆସିଛି । କିଛି ମହିଳା ଓ ଯୁବକ ମିଶି ଆଉ ଜଣେ ମହିଳାଙ୍କ ଘରେ ପଶି ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଘରର ଆସବାପତ୍ର ନଷ୍ଟ କରିଥିବାର ଅଭିଯୋଗ ହୋଇଛି । ଏପରି ନିନ୍ଦନୀୟ କାଣ୍ଡ ଭୁବନେଶ୍ୱରର ପିଡବ୍ଲୁଡି କଲୋନୀର ହୋଇଥିବାର ଅଭିଯୋଗ ହୋଇଛି ।
ତେବେ ଏହି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣ ମହିଳାଙ୍କ ସମେତ ୪ଜଣ ଯୁବକଙ୍କୁ ଙ୍କୁ ଗିରଫ କରଥିବାର ସୂଚନା ମିଳିଛି । ସେମାନେ ହେଲେ ପିଡବ୍ଲୁଡି କଲୋନୀର ୨୫ ବର୍ଷୀୟ ରବି ସ୍ୱାଇଁ, ୪୫ ବର୍ଷୀୟ କେ.ଭୀମା ରେଡ୍ଡି, ୫୦ ବର୍ଷୀୟା ଲକ୍ଷ୍ମୀ ଭୁୟାଁ ଏବଂ ୫୫ ବର୍ଷୀୟା ଭାଗ୍ୟଲକ୍ଷ୍ମୀ ସ୍ୱାଇଁ ।
ସୂଚନାରୁ ପ୍ରକାଶ, କିଛିଦିନ ହେବ ସ୍ଥାନୀୟ ଅଚଂଳର ସସ୍ମିତା ଜେନାଙ୍କ ପରିବାର ଓ ଲକ୍ଷ୍ମୀ ଭୁୟାଁ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ବୁଧବାର ସନ୍ଧ୍ୟାରେ ଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ରେଡ୍ଡୀ ଓ ରବି ତାଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ । ପ୍ରତିବାଦ କରିବାରୁ ସଂଘବଦ୍ଧ ଭାବେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଭାଙ୍ଗିଦେଇଥିଲେ । ଏନେଇ ସସ୍ମିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ଆଜି ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଥିରେ ସପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖଥିବାର ସୂଚନା ମିଳିଛି ।

Leave A Reply

Your email address will not be published.