OnaKhabar

କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ନିଜକୁ ଦାୟୀ କଲେ ରାହୁଲ, ଅଧ୍ୟକ୍ଷ ପଦରୁ ଦେବେ ଇସ୍ତଫା

37

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ଫଳାଫଳର ଗଣତି ଚାଲିଥିବା ବେଳେ ଆଗୁଆ ଫଳକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି କହିଛନ୍ତି | ଚଳିତ ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିଛନ୍ତି । ଏଥିପାଇଁ ସେ ନିଜର ଇସ୍ତଫା ପତ୍ର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି ।
ତେବେ ସୋନିଆ ଗାନ୍ଧି ଓ କଂଗ୍ରେସ ନେତୃବୃନ୍ଦ ଏହାକୁ ଗ୍ରହଣ କରିନାହାନ୍ତି । ଦଳର ସଭାପତି ଇସ୍ତଫା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାକୁ ସିଡବ୍ଲ୍ୟୁସି ନିକଟରେ ଉପସ୍ଥାପନ କରିବାକୁ ସୋନିଆ କହିଛନ୍ତି । ଆସନ୍ତା ଗୋଟିଏ ସପ୍ତାହ ପରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ଏଥିରେ ରାହୁଲଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ମାଆ ସୋନିଆ କହିଛନ୍ତି |

https://www.onakhabar.com/2019/05/niranjan-is-not-sure-about-congress-is-power-in-odisha/