OnaKhabar

ଚାଲିଛି ଭୋଟ ଗଣତି : କେନ୍ଦ୍ରରେ ମୋଦି ରାଜ୍ୟରେ ନବୀନ ଆଗୁଆ

0 10

ଭୁବନେଶ୍ୱର:ଆଜି ସମଗ୍ର ଦେଶ ଓ ଓଡ଼ିଶା ପାଇଁ ହେଉଛି ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଦିବସ । ବିଶ୍ୱ ସର୍ବବୃହତ ଗଣତାନ୍ତ୍ରୀଙ୍କ ଦେଶ ଭାବରେ ଭାରତ ଗର୍ବିତ । ଏହି ଗଣତନ୍ତ୍ର ଓ ବ୍ୟବସ୍ଥାର ଜନମତରେ ଶାସନ ଭାରକୁ ଜନପ୍ରତିନିଧି ସରକାର । ବର୍ତମାନ ଏଭଳି ଦେଶ ଓ ରାଜ୍ୟରେ ଭୋଟରେ ଭୋଟ ଗଣନା ଚାଲିଛି, କିଏ କେଉଁଠି ଆଗେଇଛି ଓ କିଏ କେଉଁଠି ପଛେଇଛି ଏଭଳି ସୂଚନା ଆସିଛି । ଦିନ ୧୧.୩୦ ସୁଦ୍ଧା ଯେଉଁ ତଥ୍ୟ ଆସିଛି ସେଥିରେ କେନ୍ଦ୍ରରେ ବିଜେପି ନେତୃତ୍ୱଧିନ ଏନଡିଏ ସରକାର ଗଠନ ନେଇ ଆଗେଇ ଚାଲିଥିଲା ବେଳେ ଓଡ଼ିଶାରେ ବିଜେଡି ପୁଣି ଥରେ କ୍ଷମତାକୁ ଫେରିବାକୁ ଆସିବାକୁ ଯାଉଛି । କିନ୍ତୁ ଏଥିରୁ ଯାହା ସୂଚନା ମିଳୁଛି କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି । କିନ୍ତୁ ଦେଶ ଓ ରାଜ୍ୟର ଭୋଟରମାନେ ଯେଉଁ ନେତାମାନଙ୍କ ମୁଣ୍ଡରେ ଶିରିବା ବାନ୍ଧିଛନ୍ତି ଓ କେଉଁ ନେତାମାନଙ୍କ ମୁଣ୍ଡରେ ଶିରିପା କାଢ଼ି ନେଉଛନ୍ତି ଏଥିପାଇଁ ଆମକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କେତେବେଳେ କେଉଁ ନେତା ଆଗକୁ ଆସୁଛନ୍ତି ତ ଆଉକତେ ନେତାମାନେ ପଛକୁ ଯାଉଛନ୍ତି ଏହିପରି ଶାପସିରିର ଖେଳର ଚାଲୁଛି । ଗଣତି ସରିଲା ପରେ ଯାଇଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କାରୁଥିବା ଦୁଇଟି ଯାଙ୍କ ବିଧାନସଭା ଆସନ ହିଞ୍ଜିଳିି ଓ ବିଜେପୁର ଆଗେରେ ଅଛନ୍ତି । ପିସିସି ସଭାବତି ନିରଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଥିବା ଦୁଇଟି ଯାଙ୍କ ଆସନ ଭଣ୍ଡାରୀପୋଖରି ଓ ଘଷିପୁରାରେ ପଛରେ ଅଛନ୍ତି । ବିରୋଧୀଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରେ ଆଗରେ ଅଛନ୍ତି ।

ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ମୋଦୀଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଥିବାବେଳେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବବୋଲି କହି ଶପଥ ଗ୍ରହଣ ଉତ୍ସବକୁ ନବୀନକୁ ନିମନ୍ତ୍ରଣ କରିଥିଲେ । ହେଲେ ନବୀନ ନା ଧର୍ମେନ୍ଦ୍ର କାହା ନିମନ୍ତ୍ରଣ କିଏ ରକ୍ଷା କରୁଛି ତାହା ସଂନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । କେବଳ ଏତିକି ନୁହେଁ କାହା ଗଣନା ସତ ହୋଇଛି ତାହାବି ପଦାକୁ ଆସିବ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ବିଧାନସଭାରେ ବିଜେପି ୧୨୦ ଆଶନ ଆସିବ ବୋଲି ଆକଳନ କରିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ଠାରୁ ବିଜେଡି ଅଧିକ ଭଲ ଫଳାଫଳ କରିବ ବୋଲି ଅର୍ଥାତ ୧୧୭ରୁ ଅଧିକ ଆଶନ ପାଇବ ବୋଲି ଆକଳନ କରିଥିଲେ । ଏହି ଆକଳନ ବି ଉଭୟ ନେତାଙ୍କ ଆକଳନ କେତେ ଶତ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହେବ ।

ଜାତୀୟ ସ୍ତରରେ ଯାହା ସୂଚନା ମିଳୁଛି ୫୪୩ ଲୋକସଭା ଆସନ ମଧ୍ୟରୁ ବିଜେପି ଓ ତାକ୍ଷର ସହଯୋଗି ଦଳ ୩୪୩ କଂଗ୍ରେସ ଓ ତାକ୍ଷର ସହଯୋଗୀ ଦଳ ୯୧ ଏବଂ ଅନ୍ୟମାନେ ୧୦୮ ଆସନରେ ଆଗୁଆ ଅଛନ୍ତି । ସେହିପରି ଓଡ଼ିଶାର ୨୧ ଲୋକସଭା ଆସନରୁ ଯାହା ସୂଚନା ମିଳୁଛି ବିଜେଡି ୧୨, ବିଜେପି ୯ ଆସନରେ ଆଗୁଆଅଛି ।

ଓଡ଼ିଶା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୬ଟିରେ ନିର୍ବାଚନ ହୋଇଛି ।ଏଥିରେ ବିଜେଡି ୧୦୦ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୬, କଂଗ୍ରେସ ୧୮ ଓ ଅନ୍ୟାନ୍ୟ ୨ ଆସନରେ ଆଗରେ ଅଛନ୍ତି ।

 

Leave A Reply

Your email address will not be published.