OnaKhabar

ଚାଲିଛି ଗଣତି : କେଉଁଠି ବାପ ଆଗରେ ତ ପୁଅ ପଛରେ, ଆଉ କେଉଁଠି ଓଲଟା

0 10

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଭୋଟ ଗଣତି କାର୍ଯ୍ୟ ଅବ୍ୟହତ ରହିଛି । ରାଜନୈତିକ ଦଳମାନଙ୍କର ଆଗୁଆ ପଛୁଆ ରିପୋର୍ଟ ଆସିବାରେ ଲାଗିଛି । ଅପରାହ୍ନ ୪ଟା ସୁଦ୍ଧା ଯାହା ଚିତ୍ର ମିଳିଛି ସେଥିରେ ବିଜେଡି ଓଡିଶାରେ ଏକାକୀ ସରକାର ଗଢିବା ପାଇଁ ଯାଉଛି । ଅବଶ୍ୟ ଗତଥର ଭଳି ୧୧୭ ଆସନ ପାଉଥିବା ଆଶା ଦେଖାଯାଉନାହିଁ କିନ୍ତୁ ଦଳ ୧୦୦ରୁ ଅଧିକ ଆସନ ପାଇବ ଏକଥା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ଏହି ଗଣତି ଭିତରେ କେଉଁଠି ବାପା ଆଗେଇଛି ତ ପୁଅ ପଛେଇଛି ଓ ଆଉ କେଉଁଠି ପୁଅ ଆଗେଇଥିବା ବେଳେ ବାପା ପଛେଇଛି । ଆଉ କେଉଁଠି ଉଭୟ ବାପ ପୁଅ ପଛରେ ପଡିଛନ୍ତି । ହେଲେ ଯେଉଁ କିଛି ନେତା ପୁଅ ରାଜନୀତିକୁ ଆଣିବା ପାଇଁ ବାଟ ଛାଡି ଦେଇଥିଲେ ସେମାନଙ୍କ ଭିତରୁ ଅନେକ ସଫଳ ହେବାକୁ ଯାଉଥିବା ସୂଚନା ମିଧ୍ୟ ମିଳୁଛି । ଗୋଟିଏ ଦୁଇଟି ସ୍ଥାନରେ ପୁଅ ପଛରେ ରହିଥିବା ଖବର ମଧ୍ୟ ଆସୁଛି ।
ମିଳିଥିବା ଖବର ଅନୁସାରେ, ବିଜେଡି ଖାତାକୁ ତିନୋଟି ବିଧାନସଭା ଆସନ ଯାଇ ସାରିଲାଣି । ଗୋଟିଏ ହେଲା ନବରଙ୍ଗପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ, ଝରିଗାଁରେ ବିଧାନସଭା ଆସନରେ ପ୍ରକାଶ କୁମାର ମାଝି ଓ ଅନ୍ୟ ଜଣେ ହେଲେ ପାଲଲହଡା ଆସନର କୁକେଶ କୁମାର ପାଲ୍ ଜିତି ସାରିଥିବା କୁହାଯାଉଛି ।
* ଏଥର ନିର୍ବାଚନ ମଇଦାନରେ ବହୁ ପରିବାର ରାଜନୀତି ମଇଦାନକୁ ଓହ୍ଲାଇଥିବାର ଦେଖିବାକୁ ମିଳିଥିଲା । ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳୁଛି ସେଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରେ ଲଗାତାର ଭାବେ ଆଗରେ ରହିଥିବା ବେଳେ ବଲାଙ୍ଗୀର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ପଛରେ ଅଛନ୍ତି । ବିରୋଧୀ ଦଳ ନେତା ଏଥର ହାରି ଯିବେ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପ କ୍ଷରୁ ହୋଇଥିବା ସର୍ଭେରେ ଦର୍ଶା ଯାଉଥିଲା । କିନ୍ତୁ ଯାହା ଦେଖାଯାଉଛି ସେ ଜିତିବାକୁ ଯାଉଛନ୍ତି ।
* ସେହିପରି ରାଜ୍ୟ ରାଜନୀତିର ଅନ୍ୟତମ ହେଭି ଓ୍ବଟେ ନେତା ଡା. ଦାମୋଦର ରାଉତ ବିଜେପି ପ୍ରାର୍ଥୀ ଭାବେ ଏରସମାରୁ ଲଢୁଥିଲା ବେଳେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡିରୁ ପାରାଦୀପ ବିଧାନସଭା ଆସନରୁ ଲଢୁଛନ୍ତି । ଡା. ରାଉତ ପଛରେ ପଡିଥିଲା ବେଳେ ତାଙ୍କ ପୁଅ ସମ୍ବିତ ଆଗାଉଥିବା ଗଣତିରୁ ସୂଚନା ମିଳୁଛି । ଅବଶ୍ୟ ଡା. ରାଉତ ଏଥର ଜିତିବା ନେଇ ସନ୍ଦେହରେ ଥିଲେ । ବିଜେଡିରୁ ବହିଷ୍କୃତ ହେଲା ପରେ ସେ ବିଜେପିରେ ଯୋଗ ଦେଇଥିଲେ ବି ତାଙ୍କ ପୁଅକୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରୁଥିବାରୁ ଜାଣି ଡା.ରାଉତ ପାରାଦୀପ ବିଧାୟକ ହୋଇଥିଲେ ବି ସେଠାରେ ନ ଲଢି ପୁଅକୁ ବାଟ ଛାଡି ଏରସମା ଯାଇଥିଲେ । ସେ ସେଠାରେ ସଫଳ ହେଉନଥିବାର ଖବର ମିଳୁଛି ।
* ବିଜେପିରୁ ପାଟଣାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଗଣତିରେ ପଛରେ ପଡିଥିଲା ବେଳେ ବଲାଙ୍ଗୀର ଲୋକସଭା ଆସନରୁ ଲଢୁଥିବା ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଆଗେଇ ଚାଲିଛନ୍ତି ।
* କିନ୍ତୁ କଂଗ୍ରେସରୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭକ୍ତଚରଣ ଦାସ ପଠରେ ପଡିଥିଲା ବେଳେ ଭବନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ସାଗର ଚରଣ ଦାସ ଭଭୟ ବାପ ପୁଅ ପଛରେ ପଡିଥିବା ଜଣାପଡିଛି ।
* ସେହିପରି କଂଗ୍ରେସରୁ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ହୋଇଥିବା ଜର୍ଜ ତିର୍କୀ ଓ ବିରମିତ୍ରପୁରରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ରୋହିତ ଜୋଶେଫ ତୀର୍କୀ ଉଭୟ ପଛରେ ପଡିଛନ୍ତି ।
* ପୁଅମାନଙ୍କୁ ବାଟ ଛାଡିଥିବା ପିତାମାନଙ୍କର ଜିତାପଟ ହେୁଥିବାର ଦେଖାଯାଉଛି । ବାଙ୍କିରୁ ପ୍ରଭାତ ତ୍ରିପାଠି ପ୍ରାର୍ଥୀ ନ ହୋଇ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ବଦଳରେ କଟକ-ଚୌଦ୍ୱାର ଆସନରେ ଲଢୁଥିବା ତାଙ୍କ ପୁଅ ସୌଭିକ ବିଶ୍ୱାଳ ଓ ବାସୁଦେବପୁର ବିଧାନସଭା ଆସନରେ ଲଢୁଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଗଣତିରେ ଆଗୁଆ ଅଛନ୍ତି । ହେଲେ ବଲାଙ୍ଗୀର ବିଧାନସଭା ଆସନରେ ଏଥର ପ୍ରାର୍ଥୀ ନ ହୋଇ ଅନଙ୍ଗ ଉଦୟ ସିଂହଦେଓ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ବିଜେଡିରୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ସଫଳ ହେଉନଥିବା ଦେଖାଯାଉଛି । ଗଣତିରେ ସେ ପଛରେ ପଡିଛନ୍ତି ।
* ସେହିପରି ପୂର୍ବଚନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏଥର ନିର୍ବାଚନ ମଇଦାନକୁ ନ ଆସି ତାଙ୍କର ଦୁଇ ଝିଅକୁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ କରାଇବାରେ ସ କ୍ଷମ ହୋଇଥିଲେ ବି ଦୁଇ ଝିଅ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ସର୍ମଥ ହୋଇପାରୁନଥିବା ସୂଚନା ମିଳୁଛି । କଂଗ୍ରେସରୁ ସୁନ୍ଦରଗଡ ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଅମିତା ବିଶ୍ୱାଳ ଓ ବିଜେଡିରୁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁନିତା ବିଶ୍ୱାଳ ଉଭୟ ଗଣତିରେ ପଛରେ ପଡିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.