OnaKhabar

ଟିକ୍‌ଟକ୍‌ ସେଲିବ୍ରିଟି ମୋହିତ ମୋର୍‌ଙ୍କୁ ଗୁଳିକରି ହତ୍ୟା

48

ନୂଆଦିଲ୍ଲୀ: ପପ୍ୟୁଲାର ଆପ୍‌ ଟିକ୍‌ଟକ୍‌ରେ ସକ୍ରିୟ ଥିବା ଜଣେ ୨୭ ବର୍ଷିୟ ଜିମ୍‌ ଟ୍ରେନର୍‌ଙ୍କୁ ମଙ୍ଗଳବାର ସନ୍ଧ୍ୟା ବେଳେ ଦିଲ୍ଲୀ ଉପନଗରୀର ନଜଫଗଡ଼ର ଏକ ଦୋକାନରେ ତିନି ଜଣ ବ୍ୟକ୍ତି ଗୁଳି ମାରି ହତ୍ୟା କରି ଥିବାର ଅଭିଯୋଗ ହୋଇଛି | ମୃତ ଯୁବକଜଣକ ହେଳେ ହରିୟାଣାର ବଦାଉଗଡ଼ ମୋହିତ ମୋର । ତାଙ୍କର ଟିକ୍‌ଟକ୍‌ରେ ୫.୧୭ ଲକ୍ଷ ଫଲୋଅର୍ସ ଥିଲେ । କିନ୍ତୁ ସେ ସବୁବେଳେ ନଜାଫଗଡ଼ସ୍ଥିତ ତାଙ୍କ ଘରେ ରହୁଥିଲେ । ରବିବାର ଦିନ ଦ୍ୱାରକା ମୋଡ୍‌ରେ ଗ୍ୟାଙ୍ଗ୍‌ଓ୍ଵାର୍‌ ହୋଇ ଦୁଇ ଅପରାଧୀ ଗୁଳି ଚୋଟରେ ମରିଥିଲେ । ଏହି ଗ୍ୟାଙ୍ଗ୍‌ଓ୍ଵାର୍‌ ସହ ମୋହିତ ସମ୍ପୃକ୍ତ କି, ନାହିଁ ଦଦନ୍ତ ଚାଲିଛି, କିନ୍ତୁ ତାଙ୍କ ସମ୍ପୃକ୍ତିର କୌଣସି ସୁରାକ ମିଳିନାହିଁ ।
ଜଣେ ଉପସ୍ଥିତ ବ୍ୟକ୍ତି ସୂଚନା ଦେଇ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ମୋର୍‌ ଗୋଟାଏ ଜେରକ୍ସ୍‍ ଦୋକାନରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା । ତାଙ୍କ ଦେହରେ ୭ଟି ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା |

https://www.onakhabar.com/2019/05/sreya-ghosal/