OnaKhabar

ଫଳାଫଳ ପୂର୍ବରୁ ହାତ ଟେକି ଦେଲେ ନିରଞ୍ଜନ: ଦଳରେ କନ୍ଦଳ ଆରମ୍ଭ

60

ଭୁବନେଶ୍ୱର଼: ନିର୍ବାଚନ ଫଳାଫଳ ପ୍ରକାଶ ପାଇନି । ଜିତିବା ନେଇ ଉଭୟ ବିଜେଡି-ବିଜେପି ଉଭୟ ଦମ୍ଭୋକ୍ତି ଦେଖାଇ ଚାଲିଛନ୍ତି । ହେଲେ ଫଳାଫଳ ଘୋଷଣା ପୂର୍ବରୁ କଂଗ୍ରେସ ଆଗୁଆ ହାତ ଟେକି ଦେଇଛି । ନିର୍ବାଚନରେ ଜିତିବ ନାହିଁ କଂଗ୍ରେସ କହିବା ସହ ବିରୋଧୀ ଦଳ ପଦ ବଜାୟୀ ରଖିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛି । ଏ କଥା ଆଉ କେହି ନୁହେଁ ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । ବିଦ୍ରୋହ ମଧ୍ୟ ସୃଷ୍ଟି ହେଲାଣି । ନିରଞ୍ଜନଙ୍କୁ ଦଳ ବିପର୍ଯ୍ୟୟ ନେଇ ନେତାମାନେ ଦାୟୀ କରିବା ଆରମ୍ଭ କଲେଣି । ଏପରିକି ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଦଳର ସମନ୍ୱୟ କିମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାଛଡା ବରିଷ୍ଠ ନେତା ଶରତ ରାଉତ ମଧ୍ୟ ରାଜନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଫଳାପଲ କଣ ହେବ ସେ ସମ୍ପର୍କରେ ଦଳର ସ୍ଥିତି ନେଇ ମତ ରଖିଛନ୍ତି । ସେ କହିଛନ୍ତି, ଆମେ ସରକାର ଆସିବୁ ବୋଲି ଜମା ଆଶା ନାହିଁ । ନିଜ ଉପରେ ମୋର ଯଥେଷ୍ଟ ଆଶା ରହିଛି ଜିତିବା ପାଇଁ । ଦୁଇଟି ଯାକ ଜାଗାରୁ ଜିତିବାର ଆଶା ରଖିଛି । ଘଷିପୁରାରୁ ଜିତିବି ଓ ଭଣ୍ଡାରିପୋଖରୀରୁ ମଧ୍ୟ ଜିତିବି । କଂଗ୍ରେସ ଗତ ନିର୍ବାଚନ ତୁଳନାରେ ନିଶ୍ଚିତ ଅଧିକ ଆସନ ପାଇବ । କେତେ ପାଇବ ସେମିତି କହି ହେବ ନାହିଁ । ଭଣ୍ଡାରିପୋଖରୀରୁ ହାରିବି ବୋଲି ଯାହା କୁହାଯାଉଛିି ମୁଁ ସେଠୁ ମୋଟେ ହାରିବି ନାହିଁ । ଘଷିପୁରାରେ ମୋର ହାରିବା ନେଇ ଯଦି କେହି ଆକଳନ କରୁଥାଏ ତେବେ ମୋର ସେଠି କଡା ମୁକାବିଲା ହୋଇଛି । କଂଗ୍ରେସ ବିରୋଧୀ ଦଳର ମର୍ଯ୍ୟାଦା ସେ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । କଂଗ୍ରେସ ନିର୍ବାଚନ ଠିକ ଭାବରେ ଲଢିଛି । ଫଳାଫଳ କଣ ହେବ କହିହେବନି । ଗତଥର ଅପେକ୍ଷା ଅଧିିକ ଆସନ ମିଳିପାରେ । ପଶ୍ଚିମ ଓଡିଶାରେ ଜିତିବା ନେଇ କିଛି ଆଶା ନାହିଁ । ଯାହା ଜିତିବେ ଦକ୍ଷିଣ ଓ ଉପକୂଳ ଓଡିଶାରେ । ଯଦି ବିଜେପି-ବିଜେଡି ମିଶିଯାଆନ୍ତି ତେବେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ହେବ ବୋଲି ନିରଞ୍ଜନ କହିଛନ୍ତି ।
ସେପଟେ ନିରଞ୍ଜନଙ୍କ ଏପରି ଆଗୁଆ ମତକୁ ନେଇ ବରିଷ୍ଠ ନେତା ଶରତ ରାଉତ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଶ୍ୱାସ ଘାତକତା କରିଛନ୍ତି । ଟିକେଟ ବଣ୍ଟନ ଓ ଭୁଲ ପ୍ରଚାର ନୀତି ଯୋଗୁଁ ପରିସ୍ଥିତ ଖରାପ ହେଲା । ଦଳ ନିର୍ବାଚନରେ ଖରାପ ପର୍ଦଶନ କରିବାକୁ ଯାଉଛି । ରାଜ୍ୟରେ ଦଳର ଯାହା ସ୍ଥିତି ହେଲା ସେଥିରେ ରାଜ୍ୟର ନେତୃତ୍ୱ ଦାୟୀ । ପିସିସି ସଭାପତି ଆଜି ଗଣମାଧ୍ୟମରେ ଯେଉଁ ମତ ରଖିଛନ୍ତି ସେଥିରେ ଦଳୀୟ କର୍ମୀ ଓ ନେତାମାନଙ୍କ ମନରେ ନୈରାଶ୍ୟ ମନୋଭାବ ସୃଷ୍ଟି କରିଛି । ପ୍ରଚାର ବେଳେ ପିସିସି ଠିକ ଭାବରେ କାର୍ଯ୍ୟ କଲା ନାହିଁ । କିନ୍ତୁ ଏଥିନେଇ ପିସିସି ସଭାପତି ବଦଳିବା ଆଦୌ ସମାଧାନର ବାଟ ନୁହେଁ । ହେଲେ ପରିସ୍ଥିତି କାହିଁକି ଏପରି ହେଲା ତା’ର ସମୀକ୍ଷା ହେବା ଦରକାର । ପିସିସି ସଭାପତି ବଦଳାଇବାକୁ ପଡି ନପାରେ । ଏଭଳି ଏପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ହୁଏତ ନିରଞ୍ଜନ ପଟ୍ଟନାୟକ ନିଜ ପଦବୀ ଛାଡି ଦେଇପାରନ୍ତି । ଯେଭଳି ଭାବରେ ଏହି ନିର୍ବାଚନରେ ଆମ ପାଇଁ ଯେଭଳିି ସୁଯୋଗ ଥିଲା ଯେ ଫଳାଫଳ ଆମ ସପକ୍ଷରେ କରିବା ପାଇଁ ଲଢିଲୁ ତାହା ହେଲା ନାହିଁ । ଆମେ ଆମ ପୂର୍ବ ସ୍ଥିତିକୁ ରକ୍ଷା କରିପାରିବୁ । କିନ୍ତୁ ଆମେ ଯେଉଁ ଫଳ ଆଶା କରିଥିଲୁ ତାହା ପାଇବା ନେଇ କଂଗ୍ରେସ ସକ୍ଷମ ହେବ ନାହିଁ । ଆମେ ଯଦି ତୃତୀୟ ସ୍ଥାନକୁ ଯାଉଛୁ ତାହା ହେଲେ ଆମେ ଇଚ୍ଛା କରିକି ଯାଉଛୁ । ଏଥିପାଇଁ ଯେଉଁମାନେ ନେତୃତ୍ୱରେ ଅଛନ୍ତି ସେମାନେ ଦାୟୀ । ଟିକେଟ ଦବା ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କରିବା ଓ କିଭଳି ଭାବରେ ନିର୍ବାଚନ କାର୍ଯ୍ୟ ସଫଳ ଭାବରେ ତୁଲା ଯିବ ସେ ନେଇ ଆନ୍ତର୍ଗତାର ବହୁ ଅଭାବ ରହିଲା । ମୁଁ କଂଗ୍ରେସ ପ୍ରାର୍ଥୀ ଭାବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ପ୍ରତିନ୍ଦ୍ୱନ୍ଦିତା କରୁଥିଲି । ଆମେ ଯେପରି ଛେଉଣ୍ଡ ଭଳି ପ୍ରତିନ୍ଦ୍ୱନ୍ଦିତା କରୁଥିଲୁ, ଆମର କେହି ମାବାପା ନଥିବା ଭଳିଆ । ଆମେ କେମିତି ଲଢୁଥିଲୁ, ଅବସ୍ଥା କଣ ସେଠାରେ କେମିତି ଉନ୍ନତି ହୋଇପାରିବ ସେ ବିଷୟରେ କେହି ପଚାରିଲେ ନାହିଁ କି ସହାୟତା ଦେଲେ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି ।

https://www.onakhabar.com/2019/05/jagannath-patnaik-gives-resignation-from-all-party-posts/