OnaKhabar

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା

0 0

ମୁମ୍ବାଇ: କମେଡି ରାଜା କପିଲ ଶର୍ମା ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି | ନିଜର କମେଡ଼ି ସୋ’ ଦି କପିଲ ଶର୍ମା ସୋ’କୁ ନେଇ ବ୍ୟସ୍ତ ରହିଥିବା ଟିଆରପି ମଧ୍ୟଖୁବ ଭଲ ରହିଛି । କପିଲ ଶର୍ମା ନିଜର କ୍ୟାରିଅର୍‌କୁ ସଜାଡୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ତାଙ୍କର ପରିବର୍ତ୍ତନ ଘଟୁଥିବା କୁହାଯାଉଛି । କପିଲ ଶର୍ମାଙ୍କ ପତ୍ନୀ ଗିନ୍ନୀ ଚତରଥ୍‌ ଏବେ ଗର୍ଭବତୀ ଅଛନ୍ତି । ତେବେ ଏ ସଂପର୍କରେ କପିଲ ଶର୍ମା ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦେଇନାହାନ୍ତି |
ଏଠାରେ ସୂଚନାଯୋଗ୍ୟ ଯେ କପିଲ ଶର୍ମା ତାଙ୍କର ଗାର୍ଲଫ୍ରେଣ୍ଡ ଗିନ୍ନ ଚତରଥ୍‌ଙ୍କୁ୨୦୧୮ ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କେତେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଥିଲେ । କପିଲଙ୍କୁ ଓ୍ଵାର୍ଲଡ ବୁକ୍‌ ରେକର୍ଡସ ଜଣେ ଲୋକପ୍ରିୟ କମେଡିଆନ୍‌ ଭାବେ ମନୋନୀତ କରିଛି ।

https://www.onakhabar.com/2019/04/kapil-sharma-show-become-number-1-for-kalank/

Leave A Reply

Your email address will not be published.