OnaKhabar

ପଦ ଛାଡ଼ିବା ସହ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

0 15

ସମ୍ବଲପୁର: ମେ 23ରେ ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଆଜି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ । ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ପଦ ଛାଡ଼ିବା ସହିତ ସେ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି,ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି । ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା ।
ସେ ଆହୁରି କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଯେପରି ଆଗକୁ ବଢ଼ିଥାନ୍ତା, ରାଜ୍ୟରେ ତାହା କରାଇ ଦିଆଗଲା ନାହିଁ । ସାଙ୍ଗଠନିକ ସ୍ଥିତି, ନିର୍ବାଚନ ପ୍ରସ୍ତୁତି ଓ ଟିକେଟ ବଣ୍ଟନ ପ୍ରକ୍ରିୟାରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଥିଲା । ତେଣୁ ଦଳର ପ୍ରଦର୍ଶନ ଭଲ ହେବ ନାହିଁ ।

ଭଣ୍ଡାରୀପୋଖରୀ ଓ ଘଷିପୁରା ଆସନରୁ ଲଢିବେ ନିରଞ୍ଜନ ପଟ୍ଟନାୟକ

 

Leave A Reply

Your email address will not be published.