OnaKhabar

ଆହୁରି ଦୁଇ ଦିନ ତାତିରେ ଭାଜି ହେବେ ରାଜ୍ୟବାସୀ, ୬ଟି ଜିଲ୍ଲାକୁ ହିଟ୍ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି

0 10

ଭୁବନେଶ୍ୱର: ବାତ୍ୟା ଫନି ପରେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଭାଜି ହେଉଥିବାର ଦେଖିବାକୁ ମିଳୁଛି | ତେବେ ଏହି ଖରା ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଏଥିଲାଗି ଶୁକ୍ରବାର ପର୍ଯ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି- ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବରଗଡ଼ ଓ ନବରଙ୍ଗପୁର। ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଏଥିରେ ଏକାଧିକ ଥର ତାପମାତ୍ର ୪୫ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ବି ଏଠାରେ ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ପୂରା ପଶ୍ଚିମ ଓଡ଼ିଶାରେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସେହିପରି ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ତାତି ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି |

https://www.onakhabar.com/2019/05/rain-in-odisha-7/

 

Leave A Reply

Your email address will not be published.