OnaKhabar

କାହିଁକି ଟାର୍ଗେଟ ହେଉଛନ୍ତି ଦୂତି, ସମଲିଙ୍ଗୀ ସମ୍ପର୍କ କ୍ରୀଡା ଜଗତରେ ନୂଆ କଥା ନୁହେଁ , ଦେଖନ୍ତୁ ଏହି ଖବରରୁ …

0 2

ଭୁବନେଶ୍ୱର: ସମଲିଙ୍ଗୀ ସମ୍ପର୍କ ତଥା ସମଲିଙ୍ଗୀ ବିବାହ କ୍ରୀଡା ଜଗତରେ ନୂଆ ନୁହେଁ । ଆଗରୁ ମଧ୍ୟ ବହୁ ପରିଚିତ ତଥା ଲୋକପ୍ରିୟ ତାରକା ନିଜକୁ ସମଲିଙ୍ଗୀ ବୋଲି ସ୍ୱୀକାର କରିବା ସହ ଏଭଳି ନିଆରା ଧରଣର ଓ ଅଣପାରମ୍ପାରିକ ବିବାହ କରିଛନ୍ତି । ଏହି ତାଲିକାରେ ଦକ୍ଷିଣ ଆପ୍ରିକାର ଚର୍ଚ୍ଚିତ ଧାବିକା କାଷ୍ଟର ସିମେନ୍ୟା – ଭାଓଲେଟ ରସେବୋୟା, ସନ୍ତରଣ ତାରକା ଇଆନ ଥର୍ପେ- ରିଆନ କାମିଂ, ନ୍ୟୁଜଲ୍ୟାଣ୍ଡ ମହିଳା କ୍ରିକେଟର ଙ୍କ ସହ ପାଖାପାଖି ୫୦୦ରୁ ଅଧିକ ଅନ୍ତଜାର୍ତୀୟ କ୍ରୀଡା ତାରକା ନିଜକୁ ସମଲିଙ୍ଗୀ ଘୋଷଣା କରିସାରିଛନ୍ତି ।

୧. ଦକ୍ଷିଣ ଆପ୍ରିକାର ଚର୍ଚ୍ଚିତ ଧାବିକା କାଷ୍ଟର ସିମେନ୍ୟାଙ୍କ ବିରୋଧରେ ଦୂତି ଚାନ୍ଦଙ୍କ ଭଲି ଶରୀରରେ ମାତ୍ରାଧିକ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା । ଦୈାଡକୁଦରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସିମେନ୍ୟାଙ୍କୁ ଏହି ଅନୁମତି ମିଳିନଥିବା ବେଳେ କିନ୍ତୁ ଦୂତିଙ୍କୁ ଏହି ଅନୁମତି ମିଳିଛି । ୨୦୧୫ ମସିହାରେ ସିମେନ୍ୟା ନିଜ ପ୍ରେମିକା ଭାଓଲେଟ ରସେବୋୟାଙ୍କୁ ବିବାହ କରି ଆଲୋଡନା ସୃଷ୍ଟି କରିଥିଲେ ।

୨.ଇଆନ ଥର୍ପେ- ରିଆନ କାନିଂ- ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସନ୍ତରଣ ତାରକା ଇଆନ ଥର୍ପେ ମଧ୍ୟ ଜଣେ ସମଲିଙ୍ଗୀ । ଦୀର୍ଘ ଦିନ ପ ର୍ଯ୍ୟନ୍ତ ଏହି ଗୁଜବକୁ ଖଣ୍ଡନ କରିବା ପରେ ୨୦୧୭ରେ ଶେଷରେ ସେ ଏହାକୁ ସ୍ୱୀକାର କରିଥିଲେ । ଥର୍ପେ ଏବଂ ତାଙ୍କ ପ୍ରେମିକ ରିଆନ କାନିଂ ଆଇଭିଏଫ ପଦ୍ଧତିରେ ପିତା ହେବାକୁ ପ୍ରୟାସ ଜାରି ରଖିଛନ୍ତି ।

୩. ଆମି ସାରର୍ଥଓ୍ବଟ- ଲିଆ ତାହୁହୁ- ନ୍ୟୁଜଲ୍ୟାଣ୍ଡ ମହିଳା କ୍ରିକେଟ ଦଳର ସଦସ୍ୟା ଆମି ସାରର୍ଥଓ୍ବଟ ଏବଂ ଲିଆ ତାହୁହୁ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସାରର୍ଥଓ୍ବଟ ଜଣେ ନିର୍ଭରେଯାଗ୍ୟ ଅଲରାଉଣ୍ଡର ହୋଇଥିଲା ବେଳେ ସେ ୧୯୦ ଅନ୍ତଜାର୍ତୀୟ ମ୍ୟାଚ ଖେଳିଛନ୍ତି । ପ୍ରତିପ କ୍ଷକୁ ନିଜ ବ୍ୟାଟିଂ ଓ ବୋଲିଂରେ ଘାଇଲା କରୁକରୁ ସାରର୍ଥଓ୍ବଟ ଏବଂ ତାହୁହୁ ପରସ୍ପର ପ୍ରେମରେ ପଡିଯାଇଥିଲେ । ୨୦୧୪ରେ ନିର୍ବନ୍ଧ କରିବା ପରେ ୨୦୧୭ରେ ସେମାନେ ଆନୁଷ୍ଠାନିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

 

୪.ମାର୍ଟିନ ନାଭ୍ରାତିଲୋଭା- ରିଟା ମାଏ ବ୍ରାଉନ- ଆମେରିକାର ପ୍ରସିଦ୍ଧ ମହିଳା ଟେନିସ ତାରକା ମାର୍ଟିନ ନାଭ୍ରାତିଲୋଭା ଏକାଧିକ ଥର ସମଲିଙ୍ଗି ସମ୍ପର୍କରେ ଥିଲେ । ଆମେରିକୀୟ ଲେଖିକା ରିଟା ମାଏ ବ୍ରାଉନଙ୍କ ସହ ଦୈହିକ ସମଲିଙ୍ଗୀ ସମ୍ପର୍କରେ ରହିଥିଲେ । ତେବେ କିଛି ବର୍ଷ ପରେ ଉଭୟଙ୍କର ବିଚ୍ଛେଦ ହୋଇଯାଇଥିଲା । ବିଚ୍ଛେଦର କରିଛି ବର୍ଷ ପରେ ସେ ତାଙ୍କ ପ୍ରେମିକା ଜୁଲିଆଙ୍କୁ ବିବାହ କରିଛନ୍ତି ।

୫. ଆଲେକ୍ସ ବ୍ଲାକଓଫ୍ଲ- ଲିନସେ ଆସକି- ପରସ୍ପର ପ୍ରତିପକ୍ଷ ଦଳରେ ଖେଳିମଧ୍ୟ ପ୍ରେମରେ ପଡି ଯାଇଥିଲେ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ଆଲେକ୍ସ ବ୍ଲାକଓଫ୍ଲ ଏବନ୍ଲିନେସ ଆସକି । ୨୦୧୫ରେ ଉଭୟ ବିବାହ କରି ଥିଲେ ।

୬. କ୍ରେଗ ବର୍ନସ- ଲୁକେ ସୁଲିଭାନ- ଅଷ୍ଟ୍ରେଲିଆ ଆଥଲେଟ କ୍ରେଗ ବନର୍ସ ତାଙ୍କ ପୁରୁଷ ପ୍ରେମିକ ଲୁକ ସୁଲିଭାନଙ୍କୁ ବିବାହ କରିଛନ୍ତି । ନ୍ୟୁ ସାଉଥଓଲ୍ସରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଅଷ୍ଟ୍ରେଲିଆରେ ସମଲିଙ୍ଗି ବିବାହକୁ ଆଇନଗତ ସ୍ୱୀକୃତି ମିଳିସାରିଛି ।

Leave A Reply

Your email address will not be published.