OnaKhabar

ଦାନ୍ତ ବିନ୍ଧାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଡାଳିମ୍ବ ଚୋପାକୁ, ଆସନ୍ତୁ ଜାଣିବା କ’ଣ ସବୁ ରହିଛି ଫାଇଦା

0 357

ଭୁବନେଶ୍ୱର: ଆମେ ଯେତେବେଳେ କିଛି ଫଳ ବା ପନିପରିବା କାଟିଥାଉ ସେତେବେଳେ ଆମେ ଚୋପାଗୁଡ଼ିକୁ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାର ସବୁ ଅଂଶ ଆମ କାମରେ ଆସିଥାଏ । ଆମେ କିଛି ଫଳ ବା ପନିପରିବା ଚୋପାରେ ଥିବା ଦରକାରୀ ପଦାର୍ଥ ବିଷୟରେ ଜଣାଇବାକୁ ଯାଉଛୁ । ଯାହାକୁ ଜାଣି ସାରିଲାପରେ ଆପଣ ଚୋପାଗୁଡ଼ିକୁ ଫୋପାଡ଼ିବା କଥା ଭାବିବେ ନାହିଁ ।
ଆସନ୍ତୁ ଜାଣିବା କେଉଁ ଚୋପରେ କ’ଣ ସବୁ ଗୁଣ ରହିଛି –
* କମଳା ଚୋପା: କମଳା ଚୋପାରେ ଭିଟାମିନ ସି ଭରପୁର ରହିଛି । ଏହା ମଧ୍ୟ ଭଲ ବାସ୍ନା ହୋଇଥାଏ । ଖରାଦିନେ ହେଉ ବା ଅନ୍ୟ ଦିନମାନଙ୍କର ହେଉ ଜୋତାରୁ ସବୁବେଳେ ଦୁର୍ଗନ୍ଧ ବାହାରିଥାଏ । ଏଥିପାଇଁ ଆମେ ବହୁତ ବିରକ୍ତି ମଧ୍ୟ ହେଉ । ତେବେ ଆପଣ ଯଦି ପ୍ରତିଦିନ କମଳା ଖାଇ ତାରି ଚୋପାକୁ ଫୋପାଡ଼ି ଦେଉଛନ୍ତି । ତାହାହେଲେ ଏବେ ସେଗୁଡ଼ିକୁ ନ ଫୋପାଡ଼ି କାମରେ ଲଗାନ୍ତୁ ।

* ଲେମ୍ବୁ ଚୋପା – ଲେମ୍ବୁ ଚୋପାକୁ ଶୁଖାଇ ଦିଅନ୍ତୁ । ଆଉ କଚାଂ କଦଳୀର ଚୋପା ଛଡ଼ାଇ କଦଳୀକୁ ଛୋଟ ଛୋଟ କାଟି ଶୁଖାଇ ଦିଅନ୍ତୁ । ଏହା ଶୁଖି ସାରିଲା ପରେ ସେଗୁଡ଼ିକୁ ଭଲରେ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରିନିଅନ୍ତୁ । ଏହା ଆପଣଙ୍କୁ ଡାଇରିଆରୁ ମୁକ୍ତି ଦେଇ ପାରିବ । ପ୍ରତି ଦୁଇ ଘଟାଂର ବ୍ୟବଧାନରେ ଗୋଟାଏ ଚାମଚ ଏହି ପାଉଡରକୁ ଖାଆନ୍ତୁ । ଏହା ଆପଣଙ୍କୁ ନିଶ୍ଚୟ ଫାଇଦା ଦେବ ।
* ଡାଳିମ୍ବ ଚୋପା – ଦାନ୍ତ ବିନ୍ଧାପାଇଁ ଆମେ ଅନେକ ପ୍ରକାର ଘରୋଇ ଉପଚାର କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ଚୋପା ମଧ୍ୟ ଆପଣଙ୍କ ଦାନ୍ତର ଅନେକ ସମସ୍ୟାକୁ ସମାଧାନ କରିଥାଏ । ତେବେ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ଛୋଟ ଛୋଟ କାଟି ଗ୍ରାଇଣ୍ଡ କରି ଦିଅନ୍ତୁ । ଏହା ପରେ ସେହି ପାଣିକୁ କୁଳି କରନ୍ତୁ । ଆପଣଙ୍କ ଦାନ୍ତ ସମସ୍ୟାରୁ ଏହା ମୁକ୍ତି ଦେବା ସହ ଆହୁରି ମଧ୍ୟ ଏହା ଆପଣଙ୍କ ଦାନ୍ତ ମୂଳ ସଂକ୍ରମଣରୁ ଆରାମ ଦେବ ।
* ଆଳୁ ଚୋପା – ଆଳୁ ପ୍ରାୟ ଆମ ଘରେ ସବୁବେଳେ ବ୍ୟବହାର ହୋଇଥାଏ । ଆପଣ ମଧ୍ୟ ଆଳୁ ଚୋପାକୁ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ । ଆପଣ ଆଳୁ ଚୋପାକୁ ମୁହଁରେ ଲଗାଇ ଗଷନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ଦାଗ ଦୂର କରିବା ସହ ତ୍ୱାଚା ଉଜ୍ଜଳ କରିବ । ଏହାକୁ ବ୍ୟବହାର କରିବାର ୧୫ଦିନ ପରେ ଆପଣ ଫରକ ଦେଖିପାରିବେ ।
ଏହାକୁ ଆପଣ କେଶରେ ମଧ୍ୟ ଉପଯୋଗ କରିପାରିବେ । ଆଳୁ ଚୋପାକୁ ଆପଣ ଛୋଟ ଛୋଟ କରି କାଟି ଶୁଖାଇ ଦିଅନ୍ତୁ । ଏହା ପରେ ତାକୁ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହାକୁ ନଡ଼ିଆ ତେଲରେ ମିଶାଇ ୫ଦିନ ଯାଏଁ ରଖନ୍ତୁ । ଏହା ପରେ ଆପଣ ସେହି ତେଲକୁ ଅଳ୍ପ ଗରମ କରିଦିଅନ୍ତୁ । ଏହାକୁ ଆପଣ କେଶ ମୂଳରେ ମାଲିସ କଲେ କେଶ କଳା ଦେଖାଯିବା ସହ ଘନ ହୋଇଥାଏ ।

https://www.onakhabar.com/2019/05/benifits-of-ladies-finger/

Leave A Reply

Your email address will not be published.