OnaKhabar

ବୈଜୟନ୍ତଙ୍କ ଦମ୍ଭୋକ୍ତି: ଓଡିଶାରେ ବିଜେପି କରିବ ସରକାର

0 0

ଭୁବନେଶ୍ୱର଼: ୨୦୯ ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି । ରାତି ପାହିଲେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ପୂର୍ବାନୁମାନ ରିପୋର୍ଟ ଆସିବା ପରେ ତାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଏଥିରେ ବରିଷ୍ଠ ବିଜେପି ନେତା ତଥା ଦଳର ଜାତୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଓଡିଶାରେ ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ସରକାର ଗଢିଲେ ମୁଖୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଅଛନ୍ତି । ସେ ଦଳରେ ଖୁସିରେ ଅଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେହି ଅନୁସାରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ବୈଜୟନ୍ତଙ୍କ ଏହି ମତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି କିନ୍ତୁ ତାଙ୍କ ଦଳ ବରିଷ୍ଠ ନେତା ଡା. ଦାମୋଦର ରାଉତ ପୂର୍ବରୁ କହିସାରିଛନ୍ତି ବିଜେପି ସରକାର ଗଢିବା ଭଳି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ । ଏଥିସହ ବୈଜୟନ୍ତ ବିଜେଡି କିମ୍ବା କଂଗ୍ରେସର ନା ନେଇ କହିଛନ୍ତି ଏହି ଉଭୟ ଦଳ ରାଜ୍ୟରେ ଖସୁଛନ୍ତି, ବିଜେପି ହିଁ ବଢୁଛି । ବିଜେଡି ଯଦି କେନ୍ଦ୍ରରେ ବିଜେପି ସରକାର ଗଠନରେ ସାମିଲ ହୁଏ ତେବେ ତାଙ୍କର କିଛି ଆପତ୍ତି ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବୈଜୟନ୍ତ କହିଛନ୍ତି, ଓଡିଶାରେ ବିଜେପି ଏକ ମାତ୍ର ଦଳ ଯିଏ କି ଆଗକୁ ବଢୁଛି । ଅନ୍ୟ ଯେଉଁ ଦଳ ନିର୍ବାଚନରେ ଲଢୁଛନ୍ତି ପୂର୍ବାନୁମାନ ରିପୋର୍ଟ ଅନୁସାରେ ଗତଥର ଯେଉଁ ଫଳାଫଳ ଥିଲା ୫ ବର୍ଷ ତଳେ, ଏବେ ତାହା ଠାରୁ କମ ଆସୁଛି । ସେ କହିଛନ୍ତି, ଓଡିଶାରେ ଅଧିକାଂଶ ଲୋକସଭା ଆସନରେ ବିଜେପି ଜିତିବ । ଆଉ ବିଧାନସଭାରେ ବି ଯେଉଁ ପୂର୍ବାନୁମାନ ରିପୋର୍ଟ ଆସୁଛି ତାହା ମିଶ୍ରିତ ଫଳାଫଳ ଦର୍ଶାଉଛି, ହେଲେ ମୋର ବିଶ୍ୱାସ ରହିଛି ଓଡିଶାରେ ବିଜେପି ହିଁ ସରକାର ଗଢିବ ବୋଲି କହିଛନ୍ତି । ବିଜେପି ସରକାର ଗଢିଲେ ସେ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନକୁ ନେଇ କହିଛନ୍ତି, ମୁଁ ବିଜେପିରେ ଯୋଗ ଦେଲା ବେଳେ କୌଣସି ସର୍ତ୍ତ ରଖିନଥିଲି । ଦଳ ମୋତେ ବହୁତ ସମ୍ମାନ ଦେଇଛି । ମୋତେ ଜାତୀୟ ଉପାଧ୍ୟକ୍ଷ କରିଛି । ମୁଁ ଦଳରେ ବେଶ ଖୁସିରେ ଅଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ କହିଛନ୍ତି, ଦଳରେ ବହୁ ବରିଷ୍ଠ ନେତା ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ମୋର ବନ୍ଧୁ । ଆଉ କନକ ବର୍ଦ୍ଧନ ସିଂହଦେଓ, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମ ପାଖରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି । ଦଳରେ ଯାହା ନିଷ୍ପତ୍ତି ହେବ ଯାହାକୁ ଯାହା ଦାୟିତ୍ୱ ଦିଆଯିବ ଆମେ ସମସ୍ତେ ମିଶିକି କାମ କରିବୁ । ମୁଁ ମୋ ପକ୍ଷରୁ କହିପାରିବି ଯେ ମୋତେ ଯେଉଁ ଦାୟିତ୍ୱ ଦିଆଯିବ ଏବଂ ମୋ ବନ୍ଧୁଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ମୁଁ ସର୍ମଥନ କରିବି ।
ଏନଡିଏରେ ବିଜେଡି ଯୋଗ ଦେବା ସମ୍ପର୍କରେ ବୈଜୟନ୍ତ କହିଛନ୍ତି, ଏପ୍ରସଙ୍ଗରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିସାରିଛନ୍ତି ଯେ ଆମେ ୩୦୦ରୁ ଅଧିକ ଆସନରେ ଆସିବୁ ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱଧୀନ ଏନଡିଏର ସରକାର ଗଠନ ହେବ । ଏହାଛଡା ଦେଶର ମାହୋଲକୁ ଦେଖିଲେ ଯଦି ଅନ୍ୟ କୌଣସି ଦଳ ମିଶିବାକୁ ଚାହିଁବେ ବିଜେପି ଏ ଦିଗରେ ଖୋଲା ମନରେ ରହିଛି । ମୋର ବ୍ୟାକ୍ତିଗତ ଭାବରେ ମନରେ କିଛି ନାହିଁ । ଯାହା ବିଜେପିର ହିତରେ ରହିବ ଓ ଦେଶର ହିତରେ ରହିବ ଏବଂ ଯାହା ଦଳର ନେତୃତ୍ୱ ନିଷ୍ପତ୍ତି ନେବେ ମୁଁ ସେଥିରେ ସହମତ ହୋଇ କାର୍ଯ୍ୟ କରିବି ।
ଇଭିଏମକୁ ବିରୋଧୀ ଦାୟୀ କରୁଥିବା ସମ୍ପର୍କରେ ମତ ରଖି ବୈଜୟନ୍ତ କହିଛନ୍ତି, ଏହା ଏକ ପରମ୍ପରା ହୋଇଗଲାଣି ଯିଏ ହାରିଲା ସେ ଇଭିଏମକୁ ଦୋଷ ଦେଲା,ନଚେତ କେସ କରିବେ ନହେଲେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବେ । ଆଉ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବେ । ଏହା ଏକ ପରମ୍ପରା ହୋଇଗଲାଣି । ଏହାକୁ ଏତେ ଗୁରୁତର ଦେବା ଉଚିତ ନୁହେଁ । ଏହା ଦୁଭାର୍ଗ୍ୟଜନକ ଏଥିପାଇଁ ଯେ ନିର୍ବାଚନ କମିଶନ ଓ ଇଭିଏମର ବିଶ୍ୱାସନୀୟତା ବାରମ୍ବାର ପରୀକ୍ଷା ହୋଇସାରିଛ ବୋଲି ବୈଜୟନ୍ତ କହିଛନ୍ତି ।

https://www.onakhabar.com/2019/04/again-bjd-targeted-to-baijayanta/

Leave A Reply

Your email address will not be published.