OnaKhabar

ବେଆଇନ ମଦ କାରବାରରୁ ବଚସା, ଶେଷରେ ସ୍ୱାମୀ ହାତରେ ବଳି ପଡିଲା ସ୍ତ୍ରୀ

0 0

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ହତ୍ୟାକାଣ୍ଡ ଓ ହିଂସା ଜୋରରେ ହେଉଥିବାର ଦେଖିବାକୁ ମିଳୁଛି | ଏହି ପରିସ୍ଥିତିରେ ଆଜି ରାଜ୍ୟରେ ଦୁଇ ଦୁଇଟି ଏପରି ଘଟଣା ସାମନାକୁ ଆସିଲାଣି ଯାହା ସୂଚାଇଦେଉଛି କେତେ ଖରାପ ଆଜକୁ ସମାଜ ଅଗ୍ରସର ହେଉଛି | ଆଜି ବାରିପଦାରେ ଜଣେ ଯୁବକ ତାର ଦୁଇ ପତ୍ନୀଙ୍କୁ ହାତୁଡିରେ ଛେଚି ହତ୍ୟା କରି ନିଜ ଆତ୍ମହତ୍ୟା କରିଥିବା ବେଳେ କେନ୍ଦୁଝରରେ ଜଣେ ଯୁବକ ସ୍ତ୍ରୀ ଅତିନିର୍ମମ ଭାବେ ହତ୍ୟା କରିଥିବାର ସୂଚନା ମିଳିଛି | ସୂଚନାନୁଯାୟୀ,
ପାରିବାରୁକ କଳହ ଲାଗି ସ୍ତ୍ରୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି | ଏପରି ଅଭାନୀୟ ଘଟଣା, କେନ୍ଦୁଝର କାଶୀପାଳ ଗାଁରେ ଘଟିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କାଶୀପାଳ ଗାଁରେ ଗୋଟିଏ ପରିବାରରେ ସ୍ୱାମୀର ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବେଆଇନ ମଦ କାରବାରକୁ ନେଇ ବଚସା ହୋଇଥିଲା । ଫଳରେ ରାଗି ଯାଇ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରିଛନ୍ତି । ମୃତକ ମହିଳା ହେଲେ ସବିତା ମହାକୁଡ଼ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଂଚି ମୃତଦେହ ଉଦ୍ଧାର ସହ ଅଭିଯୁକ୍ତ ଅମରେଶ ମହାକୁଡ଼ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

https://www.onakhabar.com/2019/05/man-allegedly-commits-suicide-after-killed-his-two-wifes/

 

Leave A Reply

Your email address will not be published.