OnaKhabar

ମା’, ଭଉଣୀ ଓ ଗଣମାଧ୍ୟମ ବିରୋଧରେ ବିଷ ଓଗାଳିଲେ ଦୁତି

70

ଭୁବନେଶ୍ୱର : ଶେଷରେ ଗଣମାଧ୍ୟମକୁ ନିଜର ମତ ସ୍ପଷ୍ଟ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ | ସେ ନିଜେ ତାଙ୍କର ବ୍ୟକ୍ତିଗତ ଜୀବନର କଥା ସମଲିଙ୍ଗୀ ସଂପର୍କରେ ଖୁଲାସା କରିବାପରେ ବିବାଦ ଘେରକୁ ଆସିଛନ୍ତି | ବିବାଦ ଅନ୍ୟ କେହି ନୁହେ ତାଙ୍କ
ନିଜ ପାରିବାରୁ ଉଠିଛି | ତାଙ୍କ ମା ଓ ବଡ଼ ଭଉଣୀ ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରିଛନ୍ତି | ଏପରିକି ଦୂତିଙ୍କୁ କଡା କଥା ମଧ୍ୟ ଶୁଣାଇଛନ୍ତି | ଦୁତି କିପରି ପରିବାରକୁ ପଚାରୁ ନାହିଁ ଓ ସମ୍ପର୍କ ରଖୁନାହିଁ ସେ ବିଷୟରେ ମତ ରଖିବା ସହ କୀଟ ସଂସ୍ଥାକୁ ଏଥିନେଇ ଦାୟୀ କରିଥିଲେ | ଏସବୁ ଘଟଣା ପଛରେ କୀଟ ସଂସ୍ଥାର ହାତ ରହିଛି ଓ ଦୁତି ପାଇଥିବା ୩ କୋଟି ଟଙ୍କାକୁ ନେବାକୁ ଚାଲ ଚଳାଇଛି ବୋଲି ଟଙ୍କା ମା ଅଭିଯୋଗ କରିଥିଲେ | ଏହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ଓ ସମାଲୋଚନା ମଧ୍ୟ ଚାଲିଛି | ଏହିସମୟରେ ଦୁତି ବାହାରେଥିଲେ | ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ସେ ତାଙ୍କ ଫେସବୂକରେ ପ୍ରତିକ୍ରିୟା ରଖିଥିଲେ | ହେଲେ ଆଜି ଗଣମାଧ୍ୟମ ସାମ୍ମାନକୁ ଆସି ତାଙ୍କ ମତ ରଖିଛନି |

ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ ଅଛି ଓ ମୁଁ ସେଥିରେ ଖୁସୀ ବି ଅଛି। ଏହା ମୋର ଏକାନ୍ତ ବ୍ୟକ୍ତିଗତ ନିଷ୍ପତ୍ତି ଓ ମୋ ଜୀବନ ଉପରେ ମୋର ପୁରା ଅଧିକାର ବି ରହିଛି। ମୋ ବ୍ୟକ୍ତିଗତ ଜୀବନ ବାବଦରେ କେହି ମୁଣ୍ଡ ନ ଖେଳେଇବାକୁ ମୋର ବିଶେଷ ଅନୁରୋଧ। ଏଥିସହିତ ମୋ ନିଜର ନିଷ୍ପତ୍ତି ପାଇଁ ମୋ ଅନୁଷ୍ଠାନ କିମ୍ବା ପରିଜନ କେହି କାହିଁକି ବିବାଦ ଘେରକୁ ଆସିବେ? ଦୟାକରି ସେମାନଙ୍କୁ ଏଥିରେ ସମ୍ପୃକ୍ତି କରନ୍ତୁନାହିଁ। ବିଶେଷକରି ଯେତେବେଳ କେହି ମୋ କଲେଜକୁ ଏହି ବିବାଦକୁ ତଣୁଛନ୍ତି, ମୋତେ ବହୁତ ଦୁଃଖ ଲାଗୁଚି। ମୁଁ ଆଜି ଯାହା ବି ହୋଇଛି ଏହି ଅନୁଷ୍ଠାନ ଓ ତାହାର ଲୋକମାନଙ୍କ ପାଇଁ। ସେମାନଙ୍କୁ ମୋ ପାଇଁ କେହି କିଛି କହିବା ଅନୁଚିତ। ଦୟାକରି ମୋ ବ୍ୟକ୍ତିଗତ ଜୀବନ କୁ ମୋ ଦାୟିତ୍ବରେ ଛାଡି ଦିଅନ୍ତୁ। ମୁଁ ମୋ ନିଷ୍ପତ୍ତି ନିଜେ ନେଇ ତୁଲେଇ ପାରିବି। ମୁଁ ମୋ ଦାୟିତ୍ୱ ବାବଦରେ ଭଲଭାବେ ଅବଗତ ଓ ମୋ ଖେଳ ଓ ଦେଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।
ଯାହା ସବୁ ଗଣମାଧ୍ୟମ ରେ ମୋର ମାଆ ବୟାନ ଦେଇଛନ୍ତି କି ମୁଁ କୌଣସି କର୍ତବ୍ଯ କରୁ ନାହିଁ ।ଘର ପ୍ରତି ତାହା ସମ୍ପୂର୍ଣ୍ଣ ଭାବେ ମିଛ॥ ତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ହେଉ କିମ୍ବା ବାଧ୍ୟତାମୂଳକ ଭାବେ ଏ ସବୁ ବୟାନ ଦେବାପାଇଁ କୁହାଯାଇଥାଇ ପାରେ । ଗଣମାଧ୍ୟମ କତ୍ତୃପକ୍ଷଙ୍କ ପ୍ରତିନିଧିଙ୍କୁ ଅନୁରୋଧ କରୁଛି କି ମୋ ଫ୍ୟାମିଲ କୁ ଏମିତି ବଦନାମ୍ କରନ୍ତୁ ନାହିଁ ॥
ମୋ ପରିବାର ପ୍ରତି ଭଲପାଇବା ସବୁବେଳେ ରହିଛି ॥
ଜଦି କୌଣସି ବ୍ୟକ୍ତି ଭାବୁଥାନ୍ତି କି ମୁଁ କୌଣସି କର୍ତବ୍ଯ କରିନାହିଁ । ମୋ ପରିବାର ପ୍ରତି ଆପଣ ମାନେ ମୋର ଗାଁ କୁ ଗଲେ ତାହା ଜଣିପାରିବେ କି ମୋ ପରିବାର ପ୍ରତି ମୁଁ କଣ କରିଛି ॥

ଏନେଇ ଦୁତି ପାଲଟା ମା ଓ ବଡ଼ ଭଉଣୀକୁ ପାଲଟା ଦୋଷ ଦେଇଛନ୍ତି | ଏଥିସହ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିବା ସହ ଗଣମାଧ୍ୟମକୁ ବି ଦୋଷ ଦେଇଛନ୍ତି | ଗଣମାଧ୍ୟମ ଯେପରି ଚର୍ଚ୍ଚା କରୁଛି ସେଥିରେ କେବଳ ତାଙ୍କର ନୁହେ ରାଜ୍ୟର କ୍ଷତି କରୁଛନ୍ତି | ଗଣମାଧ୍ୟମ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି | ସେ କହିଛନ୍ତି ତାଙ୍କ ବିରୋଧରେ ଯେଉଁ ଷଡଯନ୍ତ୍ର କରାଯାଇଛି ତାହା ପଛରେ ଅନ୍ୟ କେହି ନୁହେଁ ବରଂ ତାଙ୍କ ନିଜ ଦିଦି ସରସ୍ୱତୀ ଚାନ୍ଦ ରହିଛନ୍ତି । ଏପରିକି କି ସେ ତାଙ୍କୁ ମାରଧର କରିବା ସହ ମାନସିକ ଅତ୍ୟାଚାର ମଧ୍ୟ ଦେଉଥିଲେ । ଦୂତୀ କହିଛନ୍ତି, ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଛନ୍ତି । ତେବେ ଏହାକୁ ପବ୍ଲିକରେ ନକହିବାକୁ ଦିଦି ତାଙ୍କ ସହ ଝଗଡା କରୁଥିଲେ । ଏପରିକି ବାରମ୍ବାର ଧମକ ଦେଉଥିଲେ କି ଯଦି ସେ ଟଙ୍କା ନଦିଅନ୍ତି ତେବେ ଏକଥାକୁ ସେ ଗଣମାଧ୍ୟମରେ ଜଣାଇଦେବେ ଆଉ ତାଙ୍କୁ ବଦନାମ କରିଦେବେ ।


ଗଣମାଧ୍ୟମକୁ ଦାୟୀକରି ଦୁତି କହିଛନ୍ତି କିଛି ଗଣମାଧ୍ୟମ ମୋ ସଂପର୍କକୁ ନେଇ ଅପପ୍ରଚାର କରୁଛନ୍ତି । ମୁଁ ସମଲିଙ୍ଗୀ ସଂପର୍କରେ ଅଛି କି ମୁଁ କାହାକୁ ପସନ୍ଦ କରୁଛି , ଏହା ମୋର ବ୍ୟକ୍ତି ଗତ ଜୀବନର କଥା । ହେଲେ କିଛି ଗଣମାଧ୍ୟମ ମୋ ସଂପର୍କକୁ ନେଇ ଅପପ୍ରଚାର କରୁଛନ୍ତି । ଏପିରିକି ମୋ ପାଟନରଙ୍କ ଫଟୋ ଏବଂ ନାଁ ନେଇଛନ୍ତି । ଏପରିକି ତାଙ୍କ ଘର ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି । ସେମାନଙ୍କୁ ଏହି ଅଧିକାର କିଏ ଦେଲା, କେଉଁଠୁ ପ୍ରମାଣ ପାଇଲେ ଏବଂ ଏହି ପ୍ରମାଣ ସବୁ ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଦୂତୀ । ମୋ ପରିବାରରେ କଣ କେବଳ ମାଆ ଆଉ ନାନି ଥିଲେ, ଆଉ କଣ କେହି ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସେ । ମୋ ପରିବାରରେ ୯ ଜଣ ସଦସ୍ୟ ଅଛନ୍ତି | ସେମାନେ କଣ ମୋ ସଂପର୍କରେ ମତ ଦେବାକୁ ଚାହୁଁନଥିଲେ କି ବୋଲି କହିଛନ୍ତି ଦୂତୀ ।

ପରିବାରରେ ଏତେ ଲୋକ ଥାଇ କେବଳ ମାଁ ଓ ଭଉଣୀ କଣ ପାଇଁ ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବୋଲି ଦୂତି ତୀବ୍ର ନିନ୍ଦା କରିଛନ୍ତି । ତାଙ୍କ ବଡ଼ ଭଉଣୀଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା । ବଡ଼ ଭଉଣୀ ତାଙ୍କୁ ବଦନାମ କରିବାକୁ ଚାହୁଁଚନ୍ତି । ପରିବାର ପାଇଁ ଗୋଟିଏ ଝିଅ ଭାବରେ ସେ ତାଙ୍କ କର୍ତ୍ତବ୍ୟ ସମ୍ପୂର୍ଣ୍ଣ କରିଛନ୍ତି ।

ମା’ ଓ ଭଉଣୀଙ୍କ ଅଭିଯୋଗକୁ ଖଣ୍ଡନ କରିବାକୁଯାଇ ପରିବାର ପାଇଁ ସେ କଣ କରିଛନ୍ତି ତାର ହିସାବ ଦେଇ କହିଛନ୍ତି , ବାପା ମାଙ୍କ ପାଇଁ ଗାଁରେ ତିନି ମହଲା କୋଠା କରିବା ସହ ଭଉଣୀକୁ ଉଚ୍ଚ ଶିଖିତ କରେଇବା ପାଇଁ ଭୁବନେଶ୍ୱରରେ ନାମିଦାମୀ କଲେଜରେ ନାମ ଲେଖାଇଛନ୍ତି । କେବଳ ସେତିକି ନୁହେଁ ସେ ନିଜ ଭଉଣୀଙ୍କୁ ଗାଡ଼ି ମଧ୍ୟ ଉପହାର ଦେଇଛନ୍ତି ।

https://www.onakhabar.com/2019/05/dutee-chand/