OnaKhabar

ପ୍ରେମିକାର ପ୍ରତିଶୋଧ : କାର ଭିତରେ ପ୍ରେମିକକୁ ନିଆଁ ଲଗାଇଦେଲା

46

ରାଞ୍ଚି : ପ୍ରେମିକା ନିଜ ପ୍ରେମିକଙ୍କୁ କାର ସହିତ ଜିଅନ୍ତା ଜାଳିଦେବାକୁ ଚେଷ୍ଟା କରିଛି । ଘଟଣାଟି ଘଟିଛି ରାଞ୍ଚି ରାତୁ ଥାନା ଅନ୍ତର୍ଗତ ଝକରାଟାଣ୍ଡରେ | ଯୁବକ ଜଣକ ଭୟଙ୍କର ଭାବେ ପୋଡିଯାଇଛନ୍ତି । ଯୁବକଙ୍କ କାର ସମ୍ପୂର୍ଣ ଜଳିଯାଇଛି । କାରରେ ନିଆଁ ଲଗାଇ ପ୍ରେମିକା ନିଜେ କାରରୁ ବାହାରି ଯାଇଥିଲେ । ଯୁବକଙ୍କୁ ସ୍ଥାନୀୟ ଲୋକ କାରରୁ ବାହାରକରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ରିମ୍ସ ସ୍ଥାନାନ୍ତର କରାଯାଇଛି ।

ଯିବା ପୁର୍ବରୁ ସେ ଏକ ଚିଠି ଘଟଣାସ୍ଥଳରେ ଫୋପାଡି ଚାଲିଯାଇଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କୁ ଏକ ଚିଠି ମିଳିଥିଲା । ଚିଠିରେ ଲେଖାଯାଇଥିଲା, “ ମୋ ଜୀବନରେ ଗୋଟିଏ ଛୋଟ ଶିଶୁ ଆସିଛି, ଆଉ ସେଥିପାଇଁ ମୁଁ ବହୁତ ଖୁସୀ । ମୁଁ ତାକୁ ଦୁନିଆକୁ ଆଣିବାକୁ ଚାହୁଁଛି । ମୁଁ ଗର୍ଭବତୀ ଅଛି । ମୁଁ ଯେତେବେଳେ ମୋ ପ୍ରେମିକ ଦୀପକ ଏ ସମ୍ପର୍କରେ ଜଣାଇଲି ସେ କହିଲା ସେ କିଛି ଜାଣିନାହିଁ । ନିଜ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ମତେ ଭୁଲିଯାଅ ନଚେତ ଜୀବନରେ ମାରିଦେବି । “

ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଦୀପକଙ୍କ ବୟାନ ରେକର୍ଡ କରିଛି । ଯୁବତୀଙ୍କ ନାଁ ସୁଶୀଳା କୁମାରି । ଉଭୟ ଯୁବକ ଯୁବତୀ ପଡୋଶୀ । ଯେଉଁ କାରରେ ନିଆଁ ଲଗାଇଯାଇଥିଲା, ସେହି କାର କିଣିବା ପାଇଁ ମଧ୍ୟ ସୁଶୀଳା ଆର୍ଥିକ ସହାୟତା କରିଥିଲେ