OnaKhabar

୧୪ ଜିଲ୍ଲାରେ ଝଡ଼ବର୍ଷା ସହ ପବନ, ସତର୍କ କଲା ପାଣିପାଗ ବିଭାଗ

0 31

ଭୁବନେଶ୍ୱର: ରାଜ୍ୟରେ ଦିନରେ ତାତି ଜୋରରେ ହେଉଥିବା ବେ‌ଳେ ସନ୍ଧ୍ୟା ପରଠାରୁ ଆରମ୍ଭ ହୋଇଯାୁଛି କାଳବୈଶାଖୀର ତାଣ୍ଡବ | ତେବେ ଏହି କାଳବୈଶାଖୀର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

https://www.onakhabar.com/2019/05/imd-issues-alert-notice-for-these-five-districts-in-odisha/

Leave A Reply

Your email address will not be published.