OnaKhabar

ଫୋନି ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବ

32

ପୁରୀ : ଫୋନି ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି | ଫୋନି ପୁରୀ ଜିଲ୍ଲାକୁ ଧ୍ୱଂସବିଧ୍ୱଂସ କରିଦେଇଛି । ପୁରୀର ମୃତକଙ୍କ ପରିବାର ପାଇଁ ଆଜି ରାଜ୍ୟସରକାରଙ୍କ ପକ୍ଷରୁ ତହସିଲଦାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।
ଓଡ଼ିଶାରେ ଫୋନି ତାଣ୍ଡବ ରଚିଛି । ପୁରୀକୁ ଛାରଖାର କରିଦେଇଛି ବାତ୍ୟା ଫୋନି । ପୁରୀର ୯ଟି ବ୍ଲକର ୨୫ଟି ମୃତକଙ୍କ ପରିବାର ସହାୟତା ରାଶି ପାଇବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ତହସିଲଦାରଙ୍କୁ ପୁରୀ ଜିଲ୍ଲାର ମୃତକଙ୍କ ପରିବାରକୁ ରାଶି ପ୍ରଦାନ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି । ବାତ୍ୟା ଫୋନି ମୃତକଙ୍କ ପରିବାରକୁ ଚାରିଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ ।
ଉଲ୍ଲେଖଯୋଗ୍ୟ ଯେ ,ବାତ୍ୟା ଫୋନି ତାଣ୍ଡବରେ ସରକାରୀ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଥିବା ବେଳେ ପୁରୀରେ ସର୍ବାଧିକ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।