OnaKhabar

ବସ ସହ ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ଯୁବତୀ ମୃତ

0 29

କେନ୍ଦ୍ରାପଡା: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ଅତି ଦୁଃଖଦ ଘଟଣା ସାମନାକୁ ଆସିଛି । ଏକ ବସ ସହ ସ୍କୁଟି ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ତେରାଇ ଛକରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଯୁବତୀ ଦ୍ୱୟ ମାର୍ଶାଘାଇର ଅନ୍ତରେଇ ଅଞ୍ଚଳର ବୋଲି ଜଣା ପଡିଛନ୍ତି । ତେବେ ବସ ସହ ଏପରି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟମା କରିଥିବା ବସ ଡ୍ରାଇଭରକୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।

https://www.onakhabar.com/2019/05/a-teacher-allegedly-killed-in-rayagada/

 

Leave A Reply

Your email address will not be published.