OnaKhabar

କଳା ମୃଗ ଶିକାର ମାମଲା: ସୈଫ, ସୋନାଲି, ତବୁ, ନିଲମଙ୍କୁ ହାଇକୋର୍ଟଙ୍କ ନୋଟିସ

0 38

ଯୋଧପୁର : କଳା ମୃଗ ଶିକାର ମାମଲାରେ ପୁଣିଥରେ ଫିଲ୍ମ ଅଭିନେତା ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଅଡୁଆ ବଢିଛି । ରାଜ୍ୟ ସରକାରଙ୍କ ଅପିଲ ଅନୁଯାୟୀ ହାଇକୋର୍ଟ ଏମାନଙ୍କୁ ନୋଟିସ ଜାରି କରିଛନ୍ତି । ବିଚାରପତି ମନୋଜ ଗର୍ଗ ଏହି ନୋଟିସ ଜାରି କରିଛନ୍ତି । ମାମଲାର ଆସନ୍ତା ଶୁଣାଣି ୮ ସପ୍ତାହ ପରେ ହେବ । ଏହା ପୂର୍ବରୁ ସିଜିଏମ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଛାଡି ଦେଇଥିଲେ । ଏହାପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏହି ମାମଲାରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯୋଧପୁର ସିଜିଏମ କୋର୍ଟ ହରିଣ ଶିକାର କରିଥିବା ଅଭିଯୋଗରେ ସୈଫ ଅଲି ଖାନ, ନିଲମ, ସୋନାଲି ବେନ୍ଦ୍ରେ ଏବଂ ତବୁଙ୍କୁ ଅଭିଯୁକ୍ତ ମୁକ୍ତ କରିଦେଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରାଜ୍ୟ ସରକାର ଆପତ୍ତି ଦର୍ଶାଇଥିଲେ । ଏହି ମାମଲାରେ ସଲମାନ ଖାନଙ୍କୁ କୋର୍ଟ ୫ ବର୍ଷ ସଯା ଶୁଣାଇଥିଲେ । କିନ୍ତୁ ତାଙ୍କୁ ହାଇକୋର୍ଟଙ୍କ ଠାରୁ ଜାମିନ ମିଳିଯାଇଥିଲା । ଜାମିନ ଦେବା ପୂର୍ବରୁ କୋର୍ଟ ସଲମାନ ଖାନଙ୍କୁ ନିର୍ଦେଶ ଦେଇଥିଲେ ଯେ, ବିଦେଶ ଗସ୍ତରେ ଯିବା ପୂର୍ବରୁ ତାଙ୍କୁ କୋର୍ଟଙ୍କ ଅନୁମତି ନେବାକୁ ହେବ |

ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ ହମ୍ ସାଥ୍ ସାଥ୍ ହେଁ ଫିଲ୍ମ ସୁଟିଂ ବେଳେ ରାଜସ୍ଥାନରେ ଅକ୍ଟୋବର ୨ ତାରିଖରେ ସଲମାନ ଖାନଙ୍କ ଉପରେ ୨ଟି କଳା ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା | ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଉପରେ ଶିକାର ପାଇଁ ଉସୁକାଇବା ଅଭିଯୋଗ ହୋଇଥିଲା | ସଲମାନ ଖାନଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ଯେଉଁ ବନ୍ଧୁକରେ ସେ ଶିକାର କରିଥିଲେ ତାର ଲାଇସେନ୍ସର ବୈଧତା ଶେଷ ହୋଇଯାଇଥିଲା |

Leave A Reply

Your email address will not be published.