OnaKhabar

ବିଜେପିର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କର୍ମଶାଳା

32

ଭୁବନେଶ୍ବର : ଭୋଟଗଣତି ନେଇ ଭୁବନେଶ୍ୱରରେ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ଚାଲିଛି । ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି । ଗତକାଲି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା । ଭୋଟଗଣତି ଉପରେ ଚାଲିଛି ଆଲୋଚନା । କର୍ମଶାଳାରେ ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ପ୍ରମୁଖ ଉପସ୍ଥିତ ଅଛନ୍ତି ।
କାଉଣ୍ଟିଂ ବେଳେ ଦଳ ପକ୍ଷରୁ କିଭଳି ଦାୟିତ୍ବ ନିର୍ବାହ କରିବେ ସେନେଇ କର୍ମଶାଳାରେ ଆଲୋଚନା ଚାଲିଛି । କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡାଙ୍କ ସମେତ ବହୁ ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି ।