OnaKhabar

ଆଜି ଅନ୍ତିମ ପର୍ଯ୍ୟାୟ : ଶେଷ ପର୍ଯ୍ୟାୟରେ ୫୯ଟି ସଂସଦୀୟ କ୍ଷେତ୍ରରେ ଭୋଟ୍

0 7

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ । ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୯ଟି ସିଟ୍ ପାଇଁ ହେବ ମତଦାନ । ଯାହା ମଧ୍ୟରେ ରହିଛି ଉତ୍ତର ପ୍ରଦେଶର ୧୩, ପଞ୍ଜାବର ୧୩, ପଶ୍ଚିମବଙ୍ଗର ୯, ମଧ୍ୟପ୍ରଦେଶର ୮,ବିହାରର ୮, ହିମାଚଳ ପ୍ରଦେଶର ୪, ଝାରଖଣ୍ଡର ୩ ଓ ଚଣ୍ଡିଗଡର ଗୋଟିଏ ଆସନ।
ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା । ତେବେ ଶେଷ ପର୍ଯ୍ୟାୟରେ ମୋଟ ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୧୦.୧କୋଟି ଭୋଟର୍ । ଏଥିପାଇଁ ସାରା ଦେଶରେ ୧.୧୨ ଲକ୍ଷ ପୋଲିଂ ବୁଥ୍ ର ବ୍ୟବସ୍ଥା କରାଯାଇଛି ।

କେଉଁ ରାଜ୍ୟର କେଉଁ ଆସନରେ ହେବ ମତଦାନ
ବିହାର: ନାଳନ୍ଦା, ପାଟନା ସାହିବ, ପାଟଳିପୁତ୍ର, ଆରା, ବକ୍ସାର, ସାସାରାମ, କାରାକଟ, ଜେହନାବାଦ

ଚଣ୍ଡିଗଡ଼: ଚଣ୍ଡିଗଡ଼

ହିମାଚଳ ପ୍ରଦେଶ: କଙ୍ଗରା, ମଣ୍ଡି, ହମିରପୁର, ଶିମଲା

ଝାଡ଼ଖଣ୍ଡ: ରାଜମହଲ, ଡୁମକା, ଗୋଣ୍ଡା

ମଧ୍ୟପ୍ରଦେଶ: ଦେଓ୍ଵାସ, ଉଜୈନ, ମଣ୍ଡାସର, ରତଲାମ, ଧାର, ଇନ୍ଦୋର, ଖାରଗୋନ, ଖଣ୍ଡଓ୍ଵା

ପଂଜାବ: ଗୁରଦାସପୁର, ଅମୃତସର, ଖାଡୋର ସାହିବ, ଜଳନ୍ଧର, ହୋସିଆରପୁର, ଆନନ୍ଦପୁର ସାହିବ, ଲୁଧିଆନା, ଫତେଗଡ଼ ସାହିବ, ଫରିଦକୋଟ, ଫିରୋଜପୁର, ଭତିଣ୍ଡା, ସାଙ୍ଗରୁର, ପଟିଆଲା

ଉତ୍ତରପ୍ରଦେଶ: ମହାରାଜଗଂଜ, ଗୋରଖପୁର, କୁଶୀନଗର, ଦେଓରିଆ, ବଂଶଗାଓ, ଘୋସି, ସାଲେମପୁର, ବଲିଆ, ଗାଜିପୁର, ଚାନ୍ଦୋଲି, ବାରାଣସୀ, ମିର୍ଜାପୁର, ରୋବଟର୍ସଗଂଜ

ପଶ୍ଚିମବଂଗ: ଦମଦମ, ବରସାତ, ବାସିରହାଟ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍ବର, ଯାଧବପୁର, କୋଲକାତା (ଦକ୍ଷିଣ), କୋଲକାତା (ଉତ୍ତର)

ଲୋକସଭା ନିର୍ବାଚନ ବ୍ୟତୀତ ଆଜି ଗୋଆର ପାଣାଜୀ ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେଉଛି । ଏଥି ସହିତ ତାମିଲନାଡୁର ୪ ବିଧାନସଭା ଆସନ ସୁଲୁର, ଅରବାକୁରାଚି, ଓତ୍ତାପିଦରମ ଏବଂ ତିରୁପରଂକୁନ୍ଦ୍ରମରେ ମତଦାନ ହେବ ।

Leave A Reply

Your email address will not be published.