OnaKhabar

ପୁଲିସଙ୍କୁ ମିଳିଲା ସଫଳତା, ୬ ଡକାୟତଙ୍କ ସହ ବାଇକ ଓ ଟଙ୍କା ଜବତ

0 10

ପଦ୍ମପୁର: ପୁଲିସକୁ ମିଳିଲା ବଡ ସଫଳତା | ଲୁଟ କରିଥିବା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ | ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍‌ ୬ ଜଣ ଡକାୟତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି । ସୂଚନାନୁଯାୟୀ, ଗତ୧୨ ତାରିଖରେ ଲୁଟେରାମାନେ ବାବୁଲାଲ୍‌ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୪ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଫୋନ୍‌ ଲୁଟି ନେଇଥିଲେ । ଏନେଇ ବୁଡ଼େନ୍‌ ଥାନାରେ ଅଭିଯୋଗ ହୋଇଥିଲା ।
ପଦ୍ମପୁର ଉପଖଣ୍ଡ ପୁଲିସ୍‌ ଅଧିକାରୀ (ଏସ୍‌ଡିପିଓ) ପ୍ରଦୀପ କୁମାର ସାହୁ କହିଛନ୍ତି,“ବାବୁଲାଲ ମେହେର ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ୧୨ ତାରିଖ ଦିନ ସେ ଟଙ୍କା ସଂଗ୍ରହ କରି ଅଫିସ୍‌କୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ଏକ ବନ୍ଧ ପାଖରେ ତାଙ୍କୁ ଅଟକାଇ ମାରପିଟ କରିଥିଲେ । ଏହା ପରେ ତାଙ୍କ ବ୍ୟାଗ୍‌ରେ ଥିବା ୩୪ ହଜାର ଟଙ୍କା ନେଇ ଯାଇଥିଲେ । ସେମାନେ ତାଙ୍କ ବାଇକ୍ ଓ ମୋବାଇଲ୍ ଫୋନ୍ ବି ନେଇ ଯାଇଥିଲେ । ସେମାନେ ବାବୁଲାଲ୍‌ଙ୍କୁ ବାନ୍ଧି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଏ ସଂକ୍ରାନ୍ତରେ ବୁଡେନ୍ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଥିବାର ସେ କହିଛନ୍ତି |

https://www.onakhabar.com/2019/05/4-bike-borne-miscreants-allegedly-loot-rs-1-lakh-from-an-agent/

Leave A Reply

Your email address will not be published.