OnaKhabar

ପ୍ରବଳ ଗ୍ରୀଷ୍ମ ପ୍ରବାହ : ଆଜି ଆହୁରି ତାପମାତ୍ରା ବଢିବା ସମ୍ଭାବନା

0 11

ଭୁବନେଶ୍ବର : ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରୈାଦ୍ରତାପରେ ସିଝୁଛି ସାରା ଓଡ଼ିଶା । ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଅସହ୍ୟ ତାତି ଅନୁଭୂତ ହେଉଛି ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଫୋନି ପରଠାରୁ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିବା ବେଳେ ପ୍ରଥମ ଥର ପାଇଁ ଗତକାଲି ୪୦ ଟପିଛି । ତେବେ ଆଜି ତାତି ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାକୁ ଥିବା ବେଳେ ୨୦ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ତେବେ ୨୩ରୁ ପୁଣି ଥରେ କଲବଲ କରିବ ଖରା । ୨୩ରୁ ୨୭ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ ବୋଲି ଅନୁମାନ କରାଯାଉଛି । ଏପରିକି ୨୭ରେ ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଛି । ରାଜ୍ୟର କିଛି ସ୍ଥାନରେ ଆଜି ଅପରାହ୍ନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Leave A Reply

Your email address will not be published.