OnaKhabar

ବ୍ୟକ୍ତିଗତ ଜୀବନକୁ ନେଇ କଲେ ବଡ ଖୁଲାସା, ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ଦୂତୀ

0 19

ଭୁବନେଶ୍ୱର: ଭାରତର ଆଗ ଧାଡିର ସ୍ପ୍ରିଂଟର ଦୂତୀ ଚାନ୍ଦଙ୍କୁ ନେଇ ପୁଣି ଚର୍ଚ୍ଚା ହେଉଛି | ତେବେ ଏହି ଚର୍ଚ୍ଚା ଆଥଲେଟ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି | ଏଥର ସେ ନିଜ ଜୀବନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି | ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ଦୂତୀ କହିଛନ୍ତି ସେ ବର୍ତ୍ତମାନ ସମଲିଙ୍ଗୀ ସଂପର୍କରେ ଥିବା କଥାର ଖୁଲାସା କରିଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସ, ଦ କ୍ୱିଂଟ୍, ଇଣ୍ଡିଆ ଟୁଡେ ଓ ଡିଏନଏରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଛି । ଦୂତୀଙ୍କର ସାଥୀ ଜଣକ ଜଣେ ଝିଅ ବୋଲି ସେ କହିଛନ୍ତି ।
ଦୂତୀଙ୍କ ସୂଚନା ଅନୁସାରେ ତାଙ୍କର ଏହି ସାଥୀ ତାଙ୍କ ନିଜ ସହରର । ତେବେ ତାଙ୍କର ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରିନାହାନ୍ତି । ସମଲିଙ୍ଗୀ ସଂପର୍କରେ ଥିବା ନେଇ ଘୋଷଣା କରିବା ପରେ, ଏପରି କରିବାରେ ଦୂତୀ ଏବେ ଦେଶର ପ୍ରଥମ ଆଥଲେଟ୍ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମକୁ ଦୂତୀ କହିଛନ୍ତି ସେ ତାଙ୍କ ଜୀବନର ଜଣେ ସାଥୀଙ୍କୁ ପାଇଛନ୍ତି । ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନରେ ସ୍ୱାଧୀନତା ପାଇବା ଦରକାର ବୋଲି ସେ କହିଛନ୍ତି । ଏହାସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ କରୁଥିବା ଜଣାଇଛନ୍ତି । ଏହା ଏକ ବ୍ୟକ୍ତିଗତ ଜୀବନର କଥା । ସେ ଏବେ ବିଶ୍ୱ ଚାମ୍ପିଅନସିପ୍ ଉପରେ ଫୋକସ୍ କରୁଛନ୍ତି । ତେବେ ଆଗକୁ ତାଙ୍କ ସହିତ ଘର କରିବେ ବୋଲି ଦୂତୀ ସୂଚନା ଦେଇଛନ୍ତି । ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସିଲଭର ମେଡାଲ ସେ ଦେଶକୁ ଦେଇଥିଲେ । ସେହିପରି ୨୦୦ ମିଟରରେ ମଧ୍ୟ ଦେଶକୁ ୧୬ ବର୍ଷ ପରେ ଆଉ ଏକ ମେଡାଲ ଦେଇଥିଲେ । ତେବେ ସମଲିଙ୍ଗି ସଂପର୍କର ଖୁଲାସା କରିବା ପରେ ସାରା ଦେଶରେ ଏବେ ତାଙ୍କୁ ନେଇ ଚର୍ଚ୍ଚା କରିବା ସହ ତାଙ୍କୁ ନେଇ ଅନେକ ଆଲୋଚନା ମଧ୍ୟ ହେଉଛି |

Leave A Reply

Your email address will not be published.