OnaKhabar

ଆସନ୍ତାକାଲି ସକାଳ ୯.୩୦ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

81

ଭୁବନେଶ୍ୱର: ଶେଷରେ ଗତକାଲି ଅର୍ଥାତ୍ ସୋମବାର ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ | ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ତ୍ରୁଟି ଦେଖାଦେଇଥିଲେ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିଲା | ତେବେ ପରୀକ୍ଷା କୌଣସି ପ୍ରକାରରେ ସମ୍ପୂଣ୍ଣ ହେବା ପରେ କାଲି ଅର୍ଥାତ୍ 20 ତାରିଖରେ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ମିଳିଛି | ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ଅଧିକାରିକ ଓ୍ଵେବସାଇଟ orissaresults.nic.in କିମ୍ବା bseodisha.nic.in ରେ ଯାଇ ଦେଖିପାରିବେ ।
ପରୀକ୍ଷାଫଳ ସୋମବାର ୯.୩୦ଟାରେ ଜାରି କରିବାର ସୂଚନା ରହିଛି | ତେବେ ଛାତ୍ରଛାତ୍ରୀମାନେ ଏହି ସବୁ ଓ୍ଵେବସାଇଟ୍‌କୁ ଯାଇ ନିଜନିଜ ପରୀକ୍ଷା ଫଳ ଦେଖି ପାରିବେ |
୧. bseodisha.nic.in
୨. orissaresults.nic.in
୩. bseodisha.ac.in
୪. examresults.net
କେମିତି ଦେଖି ପାରିବେ ପରୀକ୍ଷା ଫଳ
୧. ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.in, bseodisha.nic.in ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ ।
୨. ଓ୍ଵେବସାଇଟ୍‌ରେ ଲଗଇନ୍‌ କରିବା ପାଇଁ ଆପଣଙ୍କୁ ରେଜଲ୍ଟର ଲିଙ୍କ୍‌ ଦେଖାଇବ । ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।
୩. ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ନିଜ ରୋଲ ନମ୍ବର ଦିଅନ୍ତୁ ।
୪.ଏହାପରେ ଆପଣଙ୍କ ପରୀକ୍ଷା ଫଳ ନିଜ ସ୍କ୍ରିନ୍‌ରେ ଆସିଯିବ ।
୫. ଏହଠାରୁ ଆପଣ ରେଜଲ୍ଟର କପି ବି ବାହାର କରି ପାରିବେ ।
ଏଥିସହିତ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଏସ୍‌ଏମ୍‌ଏସ୍‌ ଜରିଆରେ ବି ପାଇ ପାରିବେ । ତେବେ ଛାତ୍ରଛାତ୍ରୀଙ୍କୁ RESULT<space>ROLLNO ଲେଖି ୫୬୨୬୩କୁ ସେଣ୍ଡ କରିବାକୁ ପଡ଼ିବ ।

ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ