OnaKhabar

ଆସିଲା ଦାମଙ୍କ ଆଗୁଆ ସର୍ଭେ: ବିଜେଡି ସରକାର ଗଢିବାକୁ ହେବନି ସକ୍ଷମ

0 34

ବିଜେଡି ୬୦+, ବିଜେପି ୫୦ରୁ ୫୫, କଂଗ୍ରେସ ୨୫ରୁ ୩୦

ଭୁବନେଶ୍ୱର: ଆଜି ଦେଶରେ ଶେଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ କିଏ ବାଜିମାତ କରୁଛି ତାହା ଆସନ୍ତା ୨୩ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ । ଏଣୁ ଆଜି ସନ୍ଧ୍ୟା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେର ରିପୋର୍ଟ ପଦାକୁ ଆସିବ । ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଆସିବା ପୂର୍ବରୁ ବରିଷ୍ଠ ବିଜେପି ନେତା ଡା.ଦାମୋଦର ରାଉତ ଓଡିଶା ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି । କିଏ କେତେ ଆସନ ପାଇବ ଏନେଇ ସେ ଭବିଷ୍ୟବାଣୀ ଦେଇଛନ୍ତି । ତାଙ୍କ ଭବିଷ୍ୟବାଣୀ ଅନୁସାରେ ଏଥର ନିର୍ବାଚନରେ ଓଡିଶାରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ । ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ଦଳ ହେଲେ ବି ସରକାର ଗଠନ ପାଇିଁ ପୂର୍ଣ୍ଣ ବହୁମତ ପାଇବ ନାହିଁ । ତାଙ୍କ ଆକଳନ ଅନୁସାରେ ବିଜେଡି ଆସନ ସଂଖ୍ୟା କମିବ । ବିଜେପି ଓ କଂଗ୍ରେସ ସଂଖ୍ୟା ବଢିବ । ବିଜେପି ଦ୍ୱିତୀୟ ସ୍ଥାନରେ ରହିବ, କଂଗ୍ରେସ ତୃତୀୟ ସ୍ଥାନକୁ ଖସିବ । ଏପରିକି ସେ ନିଜ ସମ୍ପର୍କକୁ ନେଇ ପୂର୍ବାନୁମାନ କରିଛନ୍ତି । ସେ ଏଥର ଜିତିବେ ବୋଲି ନିଶ୍ଚିତ ନୁହଁନ୍ତି ବୋଲି କହିଛନ୍ତି । ହେଲେ ଡା.ରାଉତଙ୍କ ଏହି ଆକଳନ କେତେ ଦୂର ସଫଳ ହେଉଛି ତାହା ଜାଣିବା ପାଇଁ ୨୩ ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ ।
ଅବଶ୍ୟ ପୂର୍ବରୁ ଗଣମାଧ୍ୟମକୁ ସାକ୍ଷାତକାର କରି ଡା.ରାଉତ କହିଥିଲେ ଏଥର ଝୁଲା ବିଧାନସଭା ହେବ ହେଲେ ଆସନ ସଂଖ୍ୟା କିଛି ସ୍ପଷ୍ଟ କରିନଥିଲେ । ତାଙ୍କ ଆକଳନ ଅନୁସାରେ ବିଜେଡି-ବିଜେପି ସରକାର ଗଠନ ନେଇ ଯେଉଁ ଦାବୀ କରୁଛନ୍ତି ତାହା ଫେଲ ମାରିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦ ବି ଫେଲ ମାରିବ । ଡା.ରାଉତ କହିଛନ୍ତି, ବିଜେଡି ୬୦ରୁ ଅଧିକ ପାଇବ, ହେଲେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୭୪ ଛୁଇଁବନାହିଁ । ସେହିପରି ବିଜେପି ୫୦ ରୁ ୫୫ ଓ କଂଗ୍ରେସ ୨୫ରୁ ୩୦ଟି ଆସନ ପାଇବ ବୋଲି ସେ କହିଛନ୍ତି । ହେଲେ ଲୋକସଭାରେ ବିଜେପି ୧୩ରୁ ୧୪ ଟି ଆସନ ପାଇବ । ତାଙ୍କ ଯୁକ୍ତି ହେଉଛି ବିଜେପି ଏତେ ଆସନ ପାଇବା କାରଣ ହେଲା ଗତ ଥର ବିଜେପି ଗୋଟିଏ ଲୋକସଭା ଆସନ ପାଇଥିଲା ଓ ୧୦ ଟି ବିଧାନସଭା ଆସନ ପାଇଥିଲା । ଏଥରକ ଲୋକସଭା ଆସନ ୧୩ରୁ ୧୪ ହେବ । ଯେଉଁ ଉପକୂଳ ଅଞ୍ଚଳରେ ବିଜେପିର ମୋଟେ କିଛି ନଥିଲା ସେଠାରେ ଏବେ ସ୍ଥିତି ଭଲ ଅଛି । ପୁରୀ, ଭୂବନେଶ୍ୱର, କଟକ, କେନ୍ଦ୍ରାପଡା୍ ଓ ଯାଜପୁର ଏସବୁ ବିଜେପି ନେବ । ଏଣୁ ଉପକୂଳ ଓଡିଶାରେ ୭୩ ବିଧାନସଭା ଆସନରୁ ବିଜେପି ୩୦ଟି ଆସନ ପାଇବ । ଅନ୍ୟ ଅଞ୍ଚଳରୁ ମିଶିଲେ ୫୦ରୁ ୫୫ ହୋଇପାରେ ।
ସେ କହିଛନ୍ତି, ଓଡିଶାରେ ମିଳିତ ସରକାର ସମ୍ଭାବନା । ହୁଏତ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଗଠନ ପାଇଁ ବିଜେପି ସହ ନ ଯାଇ କଂଗ୍ରେସ ସହ ଯାଇପାରନ୍ତି । କାରଣ ନବୀନଙ୍କର ଆଉ କିଛି ନୀତି ଆଦର୍ଶ ବୋଲି ନାହିଁ । ରାଜ୍ୟର ସ୍ଥିତି ସମ୍ପର୍କରେ ଆକଳନ କରୁଥିବା ଡା.ରାଉତ ନିଜେ ଏଥର ବିଜେପିରୁ ଲଢୁଥିବା ତିର୍ତ୍ତୋଲ ବିଧାନସଭା ଆସନ ସମ୍ପର୍କରେ କିଛି ସଠିକ ଆକଳନ କରିପାରୁନାହାନ୍ତି । ନିଜର ଜିତିବା ସମ୍ପର୍କ ବିଷୟରେ କହିଛନ୍ତି ମୋ ଆକଳନ ମୁଁ କଳନା କରିପାରୁ ନାହିଁ । ଜିତିବା ନେଇ ମୋତେ କାହିଁକି କେମିତି କେମିତି ଲାଗୁଛି । ହେଲେ ମୋ ସର୍ମଥକ କହୁଛନ୍ତି ୪ରୁ୫ ହଜାର ଭୋଟରେ ଜିତିବି । କିନ୍ତୁ ପାରାଦୀପରେ ବିଜେଡରୁ ପାର୍ଥୀ ହୋଇଥିବା ତାଙ୍କ ପୁଅ ଜିତିବ ବୋଲି ସେ କଳନା କରିଛନ୍ତି ।

https://www.onakhabar.com/2019/05/bjp-is-not-confident-that-bjp-come-to-power-in-odisha/

Leave A Reply

Your email address will not be published.