OnaKhabar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ ବଦ୍ରୀନାଥ

0 23

ଡେରାଡୁନ: ବଦ୍ରୀନାଥ ମନ୍ଦିର ପରିଚାଳନା କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ପାଇଁ ରବିବାର ପ୍ରସ୍ତୁତ ହୋଇଛି । ଏଠାକାର ଐତିହାସିକ ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ଆଜି ପୂଜାର୍ଚ୍ଚନା କରିବେ । ବଦ୍ରୀନାଥ-କେଦାରନାଥ ମନ୍ଦିର କମିଟି ମୋଦୀଙ୍କ ସ୍ୱତନ୍ତ୍ର ପୂଜା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଚେୟାରମ୍ୟାନ ମୋହନ ପ୍ରସାଦ ଥାପିୟାଲ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଥାପିୟାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ଉତ୍ତରାଖଣ୍ଡର ଜନତା ବହୁ ଉତ୍ସାହିତ ଅଛନ୍ତି । ଏଥିପାଇଁ ରାଜ୍ୟର ହଜାର ହଜାର ଲୋକ ବଦ୍ରୀଧାମରେ ଏକତ୍ରିତ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମୋଦୀଙ୍କ ଆସିବା ନେଇ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଯାଇଛି । ବଦ୍ରୀନାଥ ଧାମରେ ବିକାଶ ମୂଳକ କାମ, ମୁଖ୍ୟତଃ ରେଳ ଏବଂ ରୋଡ ଭିତ୍ତିଭୂମି ପାଇଁ କାମ ହୋଇଛି । ସେଥିପାଇଁ ସେମାନେ ମୋଦୀ ସରକାରକୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାକୁ ୨ଟି ୱେଦର ରେଳ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ସେହିଭଳି ସଡ଼କ ପଥର ବିକାଶ କରିଛନ୍ତି । କାମ ଦ୍ରୁତ ଗତିରେ ଚାଲିଛି । ମୁଁ ଆଶା କରୁଛି ରେଳ ପ୍ରକଳ୍ପ ଆଗାମୀ ୨ ବର୍ଷ ମଧ୍ୟରେ ଶେଷ ହୋଇଯିବ ।

Leave A Reply

Your email address will not be published.