OnaKhabar

ଶେଷରେ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅର୍ଜୁନ, ଦେଖନ୍ତୁ ଏହି ଖବରରରୁ …..

0 11

ମୁମ୍ବାଇ: ଗଲା କିଛି ଦିନ ହେବ ବଲିଉଡରେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ସେ ଦୁହେଁ ହେଲେ ଅଭିନେତା ଅର୍ଜୁନ କପୁର ଏବଂ ମୋଷ୍ଟ ପ୍ରିଫରେବଲ୍‌ ଆଇଟମ୍‌ ଡାନ୍ସର ମଲାଇକା ଅରୋରା | ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏଭଳିକି ଉଭୟଙ୍କ ବାହାଘରକୁ ନେଇ ମଧ୍ୟ ସୋଶାଲ୍‌ ମିଡିଆରେ ଅନେକ ଗୁଜବ ପ୍ରସାର ହେଉଛି । ତେବେ ଉଭୟଙ୍କୁ ନେଇ ଅନେକ କମେଣ୍ଟ ଦେଉଥିଲେ ମଧ୍ୟ ଦୁହେଁ ଦୁହିଁଙ୍କ ସମ୍ପର୍କଙ୍କୁ ନେଇ ମୁହଁ ଖୋଲୁନାହାନ୍ତି |
କିନ୍ତୁ ନିକଟରେ କ୍ଷାତନାମା ନ୍ୟୁଜ୍‌ ଏଜେନ୍ସି ଆଇଏଏନ୍‌ଏସ୍‌ ଯେତେବେଳେ ଅର୍ଜୁନଙ୍କୁ ତାଙ୍କ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲା ସେତେବେଳେ ଅର୍ଜୁନ ବେଶ୍ ସହଜ ଢଙ୍ଗରେ ଉତ୍ତର ଦେଇଥିଲେ । ଯେଉଁଥିରୁକି ବେଶ୍ କିଛି ଉତ୍ତର ମିଳୁଥିବା ବେଳେ କିଛି ଉତ୍ତର ଅଛପା ବି ରହିଯାଉଥିଲା । ଅର୍ଜୁନ କନଫିଡେଣ୍ଟ୍ ସହ କହିଥିଲେ, ମୋ ବିବାହକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । କାରଣ ମୋ ସାଙ୍ଗ ମାନେ ବିବାହ କରିସାରିଲେଣି । ଏଥିପାଇଁ ସେମାନଙ୍କୁ ଲାଗୁଛି ଯେ, ମୁଁ ବି ବିବାହ କରିନେବା ଉଚିତ । ଆଉ ମତେ ବିବାହ ବିଷୟରେ ପଚାରିବା କୌଣସି ବଡ଼ କଥା ନୁହେଁ । ଏଠାରେ ଆମେ ଆପଣଙ୍କୁ ଜଣାଇବାକୁ ଚାହଁଛୁ ଯେ, ପ୍ରଥମ ଦିନରୁ ହିଁ ଅର୍ଜୁନ, ମଲାଇକାଙ୍କ ସହ ସମ୍ପର୍କକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । ହେଲେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ହୋଟେଲ୍, ରେଷ୍ଟୁରାଣ୍ଟ୍ ଏବଂ ଏୟାରପୋର୍ଟ ଭଳି ସ୍ଥାନରେ ଉଭୟଙ୍କ ଯୁବଳବନ୍ଦି ଫଟୋ ସୋଶାଲ୍ ମିଡିଆ ସାଇଟ୍‌ରେ ଦେଖିବାକୁ ମିଳୁଛି । କିନ୍ତୁ କଥା ଛଳରେ ମଲାଇକାଙ୍କ ସମ୍ପର୍କିତ ପ୍ରଶ୍ନକୁ ଏଡ଼ିଯାଇ ଅର୍ଜୁନ କହିଥିଲେ, ମୁଁ ମୋ ଜୀବନରେ ବହୁତ ଖୁସି ଅଛି । ପୂର୍ବରୁ ମୁଁ କିଛି ବି ଲୁଚାଇ ରଖିନାହିଁ । ଯେତେବେଳେ କିଛି କହିବାର ଥିବ ସେତେବେଳେ ମୁଁ ନିହାତି କହିଦେବି । ଉଲ୍ଲେଖନୀୟ, ବଲିଉଡ୍ ଜଗତର ଏହି ୩୩ ବର୍ଷିୟ ଷ୍ଟାର୍ ରାଜକୁମାର ଗୁପ୍ତାଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍‌’ରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୪ ମେ’ରେ ରିଲିଜ୍‌ ହେବାକୁ ଯାଉଛି ।

https://www.onakhabar.com/2019/04/malaika-arora-share-bikini-photos-on-instagram-fans-trolled-arjun-kapoor/

Leave A Reply

Your email address will not be published.