OnaKhabar

ସିଙ୍ଗିଲ ଷ୍ଟାର

0 39

ସେମାନେ ଜଣେ ଜଣେ ସଫଳ ଷ୍ଟାର । ସଫଳତାର ଢ଼େର ବାଟ ସେମାନେ ଅତିକ୍ରମ କରି ସାରିଲେଣି । ତାଙ୍କ ପ୍ରଶଂସକଙ୍କ ତାଲିକା ବି ଢ଼େର ଲମ୍ବା କିନ୍ତୁ ବ୍ୟକ୍ତିଗତ ଜୀବନରେ ସେମାନେ ଏକା ପୂରା ଏକା । ଏମିତିକି ୫୦ବର୍ଷ ପରେ ବି ସେମାନେ ନିଜପାଇଁ ଜୀବନସାଥୀଟିଏ ଯୋଗାଡ଼ କରିପାରିନାହଁନ୍ତି । ଅବଶ୍ୟ ଥରେ ଦି ଥର ପ୍ରେମରେ ପଡ଼ି ଚର୍ଚ୍ଚିତ ହୋଇଛନ୍ତି ସତ ହେଲେ ପ୍ରେମ ସେମାନଙ୍କ ପାଇଁ ବିବାହର ରୂପ ନେଇପାରି ନାହିଁ । ସେଥିପାଇଁ ତ ଆଜି ବି ସେମାନେ ସିଙ୍ଗିଲ ଷ୍ଟାର ହୋଇରହିଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସିଙ୍ଗଲ ଷ୍ଟାରଙ୍କ ବିଷୟରେ…
କରନ ଜୋହର


ବଲିଉଡ ଟପ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ କରନ ଜୋହର ବି ଏପର୍ଯ୍ୟନ୍ତ ଅବିବାହିତ । ୧୯୭୨ ମସିହା ମେ ୨୫ ତାରିଖରେ ମୁମ୍ବାଇରେ ତାଙ୍କର ଜନ୍ମ । ବଲିଉଡକୁ ଢ଼େର ସଫଳ ଫିଲ୍ମ ଭେଟି ଦେଇଥିବା ଏହି ଷ୍ଟାର ଜଣଙ୍କ ସମଲିଙ୍ଗୀ ବୋଲି ଚର୍ଚ୍ଚା ହୋଇଥାଏ । ତେବେ ଶୁଣିବାକୁ ମିଳେ କି ଏଇ କଳାକାରଜଣଙ୍କ ଅତୀତରେ ଟ୍ୱଙ୍କୀଲ ଖାନ୍ନାଙ୍କୁ ପସନ୍ଦ କରୁଥିଲେ, ଏମିତିକି ତାଙ୍କୁ ବିବାହ କରିବା ପ୍ରପୋଜ କରିଥିଲେ । ମାତ୍ର ଟ୍ୱଙ୍କିଲ କରନଙ୍କ ଏହି ପ୍ରସ୍ତାବକୁ ସ୍ୱୀକାର କରି ନଥିଲେ । ଏହାପରେ କରନ ଆଉ ବିବାହ କରି ନହାଁନ୍ତି କିନ୍ତୁ ସରୋଗଗାସି ମଦରଙ୍କ ସାହାଯ୍ୟରେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ପତ୍ନୀ ନଥିଲେ ବି ୟସ ଏବଂ ଝିଅ ରୁହିକୁ ନେଇ ତାଙ୍କର ସଂସାର ବେଶ ଖୁସିରେ ଚାଲିଛି ।
ଅକ୍ଷୟ ଖାନ୍ନା


ସପୋଟିଂ ଷ୍ଟାରରୁ ଚରିତ୍ର ଅଭିନେତାଭାବେ ବଲଇଉଡରେ ନାଁ କରିଥିବା ଅକ୍ଷୟ ଖାନ୍ନା ଏଯାଏ ବିବାହ କରିନାହାଁନ୍ତି । ସେ ହେଉଛନ୍ତି ଭେଟେରାନ ଆକ୍ଟର ବିନୋଦ ଖାନ୍ନାଙ୍କ ପୁଅ । ୧୯୭୫ ମସିହା ମାର୍ଚ୍ଚ ୨୮ତାରିଖରେ ତାଙ୍କର ଜନ୍ମ । ୪୪ବର୍ଷର ଏହି ଅଭିନେତାଜଣଙ୍କ ବଲିଉଡରେ ୧୯୯୭ ମସିହାରୁ ଅଭିନୟ କରିଆସୁଛନ୍ତି । ପ୍ରଥମେ ହିମାଳୟ ପୁତ୍ର ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତାଜଣଙ୍କ ବହୁ ହିଟ ଫିଲ୍ମ ଭେଟିଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଜୀବନରେ ନିଜ ପାଇଁ ସାଥୀଟିଏ ଯୋଗାଡ଼ କରିପାରି ନାହାନ୍ତି । ଅବଶ୍ୟ କିଛି ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ବଲିଉଡରେ ଢ଼େର ଚର୍ଚ୍ଚା ହୋଇଥିଲା । ୧୯୯୫ ମସିହାରେ ସେ ଅଭିନେତ୍ରୀ ନେହାଙ୍କ ସହ ସମ୍ପର୍କ ରଖିଥିବା ଶୁଣିବାକୁ ମିଳିଥିଲା । ଐଶ୍ୱର୍ଯ୍ୟା ରାୟଙ୍କୁ ବି ସେ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । ରିୟା ସେନଙ୍କ ସହ କିଛଇଦିନ ପାଇଁ ସମ୍ପର୍କ ବି ରହିଥିଲା । ଏହାପରେ ତାରା ଶର୍ମାଙ୍କ ସହ ତାଙ୍କର ଏନଗେଜମେଂଟ ବି ହୋଇଥିଲା କିନ୍ତୁ କିଛିଦିନ ପରେ ଭାଙ୍ଗି ଯାଇଥିଲା ।

ସାଜିଦ ଖାନ


ବଲିଉଡ ଆଉଜଣେ ଫିଲ୍ମ ନିର୍ମାତା ହେଉଛନ୍ତି ସାଜିଦ ଖାନ । ଏବେ ୪୮ବର୍ଷ ହୋଇଥିଲେ ବି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଅବଶ୍ୟ ସାଜିଦ ନିଜ ପ୍ରେମ ଜୀବନକୁ ନେଇ ଢ଼େର ଚର୍ଚ୍ଚା ରେ ରହିଥିଲେ । ମୁମ୍ବାଇରେ ଜନ୍ମ ହୋଇଥିବା ଏଇ କଳାକାର ପ୍ରାରମ୍ଭିକ ଜୀବନରେ ବହୁ ସଂଘର୍ଷର ସାମ୍ନା କରିଛନ୍ତି । ୧୬ବର୍ଷ ବୟସରେ ସେ କଲେଜରେ ପଢ଼ିବା ସମୟରେ ଡିଜେ ପାର୍ଟି କରି କାମ ଆରମ୍ଭ କରିଥିଲେ । କଠିନ ପରିଶ୍ରମ ଓ ନିଷ୍ଠା ଫଳରେ ସେ ସବୁ କ୍ଷେତ୍ରରେ ସଫଳତା ହାସଲ କରି ଆଜି ଫିଲ୍ମ ନିର୍ମାତା ଭାବେ ବେଶ ନାଁ କମାଇଛନ୍ତି । କିନ୍ତୁ ଲଭ ଲାଇଫରେ ସେ ପୁରା ବିଫଳ ମଣିଷ । ଟେଲି ଅଭିନେତ୍ରୀ ରକ୍ଷାନ୍ଦା ଖାନ, ତମନ୍ନା ଭାଟିଆ, ଉର୍ବଶୀ ଢ଼ୋଲକିଆ, ଜାକଲିନ ଫର୍ଣ୍ଣାଡିଜ ଓ ଇଶା ଗୁପ୍ତା ଆଦି ବହୁକଳାକାରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ତଥା ସେମାନଙ୍କ ସହ ଡେଟିଂ କରୁଥିବା ନେଇ ବହୁ ଖବର ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ କେବଳ ପ୍ରେମ ଓ ଡେଟିଂରେ ତାଙ୍କର ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ଏଯାଏଁ କେହି ହେଲେ ତାଙ୍କର ଜୀବନ ସାଥୀ ହୋଇପାରିନାହାନ୍ତି ।
ଉଦୟ ଚୋପ୍ରା


ପ୍ରସିଦ୍ଧ ଫିଲ୍ମ ନିର୍ମାତା ୟଷ ଚୋପ୍ରାଙ୍କ ସାନ ପୁଅ ଉଦୟ ଚୋପ୍ରା ଏପର୍ଯ୍ୟନ୍ତ ଅବିବାହିତ । ୪୬ବର୍ଷର ଏହି ଷ୍ଟାର ଜଣଙ୍କ ଭବିଷ୍ୟତରେ ବିବାହ କରିବେ କି ନାହିଁ ସେକଥା ଏପର୍ଯ୍ୟନ୍ତ ବି ସ୍ପଷ୍ଟ ଜଣାପଡ଼ୁନି । ତେବେ ଅଭିନେତ୍ରୀ ନର୍ଗିସ ଫଖରୀଙ୍କ ସହ ତାଙ୍କର ସମ୍ପର୍କ ଢ଼େର ଆଗେଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଲୋକେ ଯେତେବେଳେ ନର୍ଗିସଙ୍କ ସହ ଉଦୟ ଚୋପ୍ରାଙ୍କ ବିବାହ ତାରିଖ ଶୁଣିବା ପାଇଁ ଅପେକ୍ଷା କରିଥିଲେ ସେତେବେଳେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିବା ଜଣା ପଡ଼ିଥିଲା ।
ସଲମାନ ଖାନ


ବଲିଉଡରେ ବୋଧହୁଏ ମୋଷ୍ଟ ଏଲିଜିବୁଲ ବ୍ୟାଚଲର ତାଲିକାରେ ଏବେବି ସଲମାନ ଖାନଙ୍କର ନାଁ ରହିଛି । ବୟସ ୫୩ ପାର କରିସାରିଲାଣି କିନ୍ତୁ ଆଜିବି ତାଙ୍କର ବିବାହକୁ ପ୍ରଶଂସକମାନେ ଆପେକ୍ଷା କରିଛନ୍ତି । ହେଲେ ଦବଙ୍ଗ ଖାନଙ୍କର ଏପର୍ଯ୍ୟନ୍ତ ବିବାହ କରିବା ନେଇ କିଛି ସୂଚନା ମିଳିନାହିଁ । ଅବଶ୍ୟ ସଲମାନ ବିବାହ କରିବେ କି ନାହିଁ ସେ କଥାର କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରନାହିଁ । ହେଲେ ତାଙ୍କର ପ୍ରେମ ଜୀବନ କିନ୍ତୁ ଢ଼େର ଚର୍ଚ୍ଚିତ । ତାଙ୍କର ଗାର୍ଲଫ୍ରେଣ୍ଡମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା ରାୟ ଏବଂ କ୍ୟାଟ୍ରିନ କୈଫଙ୍କ ସହ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଢ଼େର ଚର୍ଚ୍ଚା ହେଉଥିଲା । ତେବେ ଅଭିନେତ୍ରୀ ସୋମା ଅଲ୍ଲୀ ଖାନଙ୍କ ସହ ମଧ୍ୟ ତାଙ୍କର ପ୍ରେମ ସମ୍ପର୍କ ରହିଥିବା ନେଇ ଅନେକ ଦିନ ଚର୍ଚ୍ଚା ହେଉଥିଲା ।
ସଞ୍ଜୟ ଲୀଲା ଭଂସାଲି


ବଲିଉଡରେ ବହୁ ସୁପରହିଟ ଫିଲ୍ମ ତିଆରି କରିବାର ସମସ୍ତ ଶ୍ରେୟ ନେଇଥିବା ସଫଳ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ମଧ୍ୟ ଅବିବାହିତ । ୫୬ବର୍ଷର ଏଇ ଷ୍ଟାର ଜଣଙ୍କ ବହୁ ରୋମାଟିଂକ ତଥା ପାରିବାରିକ ଫିଲ୍ମ ତିଆରି କରି ପୁରୁସ୍କୃତ ହୋଇଛନ୍ତି ସତ ହେଲେ ନିଜ ଜୀବନରେ ପ୍ରେମରେ ରଙ୍ଗ ବୋଳି ପାରିନାହନ୍ତି କି ପରିବାର ଗଢ଼ି ନାହାନ୍ତି । ତେବେ ବଲିଉଡରେ ତାଙ୍କର ଜଣେ କୋରିଓଗ୍ରାଫର ବୈଭବୀ ଭର୍ଚାଟଂଙ୍କ ସହ ଆଫାୟାର ଥିବା ନେଇ ଚର୍ଚ୍ଚା ହୋଇଥିଲା କିନ୍ତୁ ତାହା ସଫଳ ହେଲାନି ।

Leave A Reply

Your email address will not be published.