OnaKhabar

ପ୍ରଧାନମନ୍ତ୍ରୀ ପଦ ବିବାଦ : ସୂର୍ଯ୍ୟଙ୍କୁ ଘେରିଲେ ବିରୋଧୀ, ଘଡେଇ ବି ରଖିଲେ ମତ

0 29

ଭୁବନେଶ୍ୱର : ପ୍ରଧାମନ୍ତ୍ରୀ ପଦକୁ ନେଇ ଜାତୀୟ ସ୍ତରରେ ଚାଲିଛି ଟଣାଓଟରା | ରାଜ୍ୟସ୍ତରରେ ମଧ୍ୟ ଦେଖାଦେଇଛି କଳି | ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବ୍ୟକ୍ତି ବୋଲି କହିବା ପରେ ଏହାକୁ ନେଇ ଦେଖା ଦେଇଛି ବିବାଦ | ବିରୋଧୀ କଂଗ୍ରେସ ଓ ବିଜେପି ଏନେଇ ସୂର୍ଯ୍ୟଙ୍କୁ ଘେରିଛନ୍ତି |ଏପରିକି ସୂର୍ଯ୍ୟଙ୍କୁ କଟାକ୍ଷ କରିଛନ୍ତି | ହେଲେ ସୂର୍ଯ୍ୟଙ୍କ ସହ ସ୍ୱର ମିଳାଇ ଯୁକ୍ତି ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ | ସେ ବି କହିଛନ୍ତି ନବୀନ ଯୋଗ୍ୟ ବ୍ୟକ୍ତି |
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଚାକିରୀ ହେଉଛି ସୂର୍ଯ୍ୟ ପାତ୍ରଙ୍କର ଏକ ମାତ୍ର ଚିନ୍ତା । ସେ ନିଜ ସୁରକ୍ଷା କଥା ଚିନ୍ତା କରନ୍ତି । ଯିଏ ନବୀନଙ୍କ ଚାକର ବୋଲି କହିପାରେ ତାଙ୍କର ଷ୍ଟାଣ୍ଡାର୍ଡ ଜଣାପଡୁଛି । ଏପରିକି ଯିଏ କାଠପଥରକୁ ନପୂଜି ନବୀନଙ୍କୁ ପୂଜିବା ପାଇଁ କହିପାରେ ତାଙ୍କଠାରୁ କିଛି ଆଶା କରାଯାଇ ନପାରେ ବୋଲି ନିରଞ୍ଜନ କହିଛନ୍ତି ।
କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ସମାଲୋଚନା କରି କହିଛନ୍ତି ସୂର୍ଯ୍ୟ ପାତ୍ର କଣ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁ | ସେ ତ ଫିଟ |ଜଣେ ଶିକ୍ଷିତ ଲୋକ | ପୋଖତ ଲୋକ | ଯଦି ମୋଦି ହୋଇପାରିଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ପାତ୍ର କାହିଁକି ନ ହୋଇପାରିବେ | ନବୀନ କାହିଁକି ନ ହେବେ | ନିରଞ୍ଜନ ପଟ୍ଟନାୟକ କାହିଁକି ନ ହେବେ | ସୋନିଆ ଗାନ୍ଧୀ କାହିଁକି ନ ହେବେ | ଯାହା ଜଣାପଡୁଛି ସହଯୋଗୀ ଦଳମାନଙ୍କୁ ଧରି କଂଗ୍ରସ ସରକାର ଗଠନ କରିବ ବୋଲି ସେ କହିଛନ୍ତି |
ବିଜପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ସୂର୍ଯ୍ୟ ପାତ୍ର ତାଙ୍କ ନିଜ ପାଇଁ କହିଛନ୍ତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେଲେ ସୂର୍ଯ୍ୟ ପାତ୍ର ପେଟ୍ରୋଲିୟମ ମନ୍ତ୍ରୀ ହେବେ ସେଥିପାଇଁ ସେ କହିଛନ୍ତି | ଗୁରୁତ୍ୱପୁର୍ଣ ବିଭାଗ ହେଉଛି ପେଟ୍ରୋଲିୟମ |ସୂର୍ଯ୍ୟ ପାତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ସେ ଭଲରେ ଗୋଟେ ମନ୍ତ୍ରୀ ଅଛନ୍ତି ଆଉ ଭଲକାମ କରୁଛନ୍ତି ବୋଲି ଲୋକେ କହୁଛନ୍ତି | ସେଠିକି ଗଲେ ସେୟା ହେବ | ଆଉ ପାରାଦିପ ଅଏଲ ରିଫାଇନାରୀ ଅଛି | ଏଣୁ ସୁର୍ଯ ପାତ୍ର ପେଟ୍ରୋଲିୟମ ମନ୍ତ୍ରୀ ହୋଇଗଲେ ଆମର ବହୁତ ଉପକାର ହେବ | ତାଙ୍କର ମଧ୍ୟ ଭଲ ଦୁଇ ପଇସା ହେବ ବୋଲି ଡାକ୍ତର ରାଉତ କଟାକ୍ଷ କରି କହିଛନ୍ତି |
ଶ୍ରୀ ଘଡେଇ କହିଛନ୍ତି ପ୍ରଧାନମନ୍ତ୍ରୀ ହେବାପାଇଁ ନବୀନ ପଟ୍ଟନାୟକ ଯୋଗ୍ୟ ବ୍ୟକ୍ତି ନୁହନ୍ତିକି |ଯିଏ ୪ ଥର ମୁଖ୍ୟମନ୍ତ୍ରୀ ହେଲେଣି ଓ ରାଜ୍ୟକୁ ସମ୍ଭାଳିଲେଣି, ରାଜ୍ୟକୁ ବି ବିକାଶ ପଥରେ ଆଗେଇ ନେଉଛନ୍ତି | ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ପ୍ରଶଂସା କରୁଛନ୍ତି ଆନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରୁଛନ୍ତି | ତନୁ ସେ ଭାରତ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ |ଆଉ ପ୍ରଧାନମନ୍ତ୍ରୀ ହେବ ପାଇଁ ମଧ୍ୟ ଯୋଗ୍ୟ | ଏଥିରେ କୌଣସି ସଂନ୍ଦେହ ନାହିଁ ବୋଲି ଶ୍ରୀ ଘଡେଇ କହିଛନ୍ତି |

Leave A Reply

Your email address will not be published.