OnaKhabar

ପୁଲିସ ଏନକାଉଂଟର: ଦୁର୍ଦ୍ଦାନ୍ତ ଅପରାଧୀ ପିଂଟୁ ଏବଂ ଉମେଶ ଆହତ

0 33

ଖୋର୍ଧା: ଖୋର୍ଧା ଜିଲ୍ଲା କାଇପଦର ଜଙ୍ଗଲରେ ଏନକାଉଂଟର ହୋଇଛି । ଏଥିରେ ୨ଜଣ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ଆଜି ପୋଲିସ କାଇପଦର ତାଳଡୋଳା ଜଙ୍ଗଲରେ ଦୁଇଜଣ ଦୁର୍ଦାନ୍ତ ଅପରାଧୀ ଲୁଚି ରହିଥିବା ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ତରଫରୁ ଅପରେସନ ଆରମ୍ଭ ହୋଇଥିଲା । ପୋଲିସକୁ ଦେଖିବା ପରେ ଜଙ୍ଗଲରେ ଲୁଚିଥିବା ଅପରାଧୀ ପିଂଟୁ ମାଝୀ ଏବଂ ଉମେଶ ସାହୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।କିନ୍ତୁ ପୋଲିସ ଗୁଳିଚାଳନା କରିଥିଲା । ଏଥିରେ ଉଭୟ ଆହତ ହୋଇଛନ୍ତି ।ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଅପରାଧୀଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ୧୨ଟି ମାମଲା ଥିବା ପୋଲିସ କହିଛି ।

https://www.onakhabar.com/2019/05/prist-died-at-the-time-of-worship/

Leave A Reply

Your email address will not be published.