OnaKhabar

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 18

ଘଟଗାଁ : ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଗାଁ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡପୋଖରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ସେହି ଗାଁର ମଙ୍ଗୁଳୀ ବେହେରା । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ହରିଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ମଙ୍ଗୁଳୀ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ସ୍ବାମୀ ସହ ମତାନ୍ତର ଯୋଗୁଁ ସେ ନିଜର ୪ ବର୍ଷର ଝିଅ ସହ ଗତ ୩ ବର୍ଷ ହେବ ବାପାଙ୍କ ଘରେ ରହୁଥିଲେ । ଆଜି ସକାଳୁ ଘର ପାଖ ଏକ ଗଛରେ ମଙ୍ଗୁଳୀଙ୍କ ଝୁଲନ୍ତା ଶବ ଘର ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

https://www.onakhabar.com/2019/05/vechile-caught-fire-in-bhadrak/

Leave A Reply

Your email address will not be published.