OnaKhabar

ଜାଣନ୍ତୁ ପାମ୍ଫଡ଼ ଖାଇବା କେତେ ହାନିକାରକ

0 14

ଭାରତୀୟ ଖାଇବା ଥାଳିରେ ପାମ୍ଫଡ଼ ନ ରହିଲେ ଖାଇବା ସମ୍ପୂର୍ଣ୍ଣ ହୁଏ ନାହିଁ । ପାମ୍ପଡ଼ ଖାଦ୍ୟ ହଜମ କରିବା ସହ ଖାଇବାକୁ ଭଲ ଲାଗିଥାଏ । ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ମଧ୍ୟ ବିଭିନ୍ନ ପ୍ରକାରର ପୋଡ଼ା ପାମ୍ପଡ, ମସାଲା ପାମ୍ପଡ, ପ୍ଲେନ ପାମ୍ପଡ ଆଦି ମିଳିଥାଏ । ହେଲେ ଆପଣ ଜାଣିଛନ୍ତି କି ପାମ୍ପଡ ପାଟିକୁ ସୁଆଦିଆ ଲାଗୁଥିଲେ ବି ସ୍ୱାସ୍ଥ୍ୟ ପାଇଁ କେତେ ହାନୀକାରକ ।
ଆସନ୍ତୁ ଜାଣିବା ଏ ବିଷୟରେ : ପାମ୍ପଡ ଖାଇବା ଦ୍ୱାରା ମେଦ ବହୁଳତା ବୃଦ୍ଧି ପାଇଥାଏ । ଦୁଇଟି ରୁଟିରେ ଯେତିକି ପରିମାଣ କ୍ୟାଲୋରି ଥାଏ ତାହା ଗୋଟିଏ ପାମ୍ପଡ ସହ ସମାନ । ପାମ୍ପଡ ଖାଇବାକୁ ହାଲୁକା ଲାଗୁଥିଲେ ବି ତାହା ଶରୀର ପାଇଁ ବିପରୀତ ଦିଗରେ କାମ କରିଥାଏ । ପାମ୍ପଡକୁ ଖୋଲା ସ୍ଥାନରେ ଶୁଖାଇ ତାହାକୁ ପ୍ରସ୍ତୁତ କରାଯାଇଥାଏ । ପାମ୍ପଡ ଶୁଖିବା ସମୟରେ ଧୂଳିମଳି ଲାଗିଯାଇଥାଏ । ଏହା ଶରୀର ପାଇଁ ହାନିକାରକ ।
ପାମ୍ପଡ ହାର୍ଟ ପାଇଁ ମଧ୍ୟ ହାନିକାରକ । କାହିଁକି ନା ପାମ୍ପଡକୁ ତେଲରେ ଛଣା ଯାଉଥିବାରୁ ସେଥିରେ କଲୋଷ୍ଟ୍ରଲର ମାତ୍ରା ଅଧିକ ଥାଏ । ଯାହା ହାର୍ଟ ପାଇଁ ଖୁବ କ୍ଷତିକାରକ । ତେବେ ଆପଣ ପାମ୍ପଡକୁ ପୋଡି ବା ସେକି ଖାଇଲେ ଭଲ ।

Leave A Reply

Your email address will not be published.