OnaKhabar

ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଦାବିଦାର

0 18

ଭୁବନେଶ୍ୱର (ଓଏନଏ) : ରାଜ୍ୟ ରାଜନୀତିରେ ଏବେ ହଠାତ ଏକ ହଟଚମଟ ସୃଷ୍ଟି କରିଛି ବିଜେଡି । ଜାତୀୟ ରାଜନୀତି ପାଇଁ ମନ ବଳାଇଛନ୍ତି ନୀବନ । ଏଥର ନିର୍ବାଚନରେ କେନ୍ଦ୍ରରେ କୌଣସି ଜାତୀୟ ଦଳ ପୁର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବ ନାହିଁ ବୋଲି ଆକଳନ କରାଯାଉଛି । ଏପରି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ,କେନ୍ଦ୍ରରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ପାଇବ ନାହିଁ । ଆଂଚଳିକ ଦଳ ମୁଖ୍ୟ ଭୂମିକା ନେବେ । ବର୍ତମାନ ଜଣାପଡୁଛି ନବୀନ ଏହି କଥା କେଉଁ ଉଦ୍ଦେଶ୍ୟରେ କହିଥିଲେ । ବିଜେଡିର ବରିଷ୍ଠ ଉପ-ସଭାପତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି । ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି । ବିଜେପିର ବାଟ ରୋକିବା ପାଇଁ ଅଣ୍ଟା ଭିଡ଼ିଥିବା ଆଂଚଳିକ ଓ ଜାତୀୟ ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଭିଡ଼ାଓଟରା ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ବିଜେଡିର ଏହି ବୟାନ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିବାକୁ ଯାଉଛି ବୋଲି ଆଲୋଚନ ହେହଉଛି ।
କେନ୍ଦ୍ରରେ ସରକାର ଗଠନ ନେଇ ବିଜେପି ବାଟ ରୋକିବା ପାଇଁ ଜାତୀୟ ରାଜନୀତିରେ ଗୋଳିଆ ଘଣ୍ଟା ଚାଲିଛି । ଏଭଳିସ୍ଥିତିରେ ବରିଷ୍ଠ ବିଜେଡି ନେତାଙ୍କ ମତ ବେଶ ଗୁରୁତ୍ୱ ବହନ କରୁଛି । ଜାତୀୟସ୍ତରରେ ଯେତେବେଳେ ପ୍ରଧାନମନ୍ତ୍ରୀ ପଦକୁ ନେଇ ବିଜେପି ବିରୋଧୀ ମେଣ୍ଟମାନଙ୍କ ଭିତରେ ଟଣାଓଟରା ଲାଗିଛି । ବିଜେପି ବିରୋଧୀ ମେଣ୍ଟରେ ବିଜେଡିକୁ ନେବା ପାଇଁ ଉଦ୍ୟମ ମଧ୍ୟ କରାଯାଉଛି । ଏ କ୍ଷେତ୍ରରେ ହଠାତ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜେଡି ଆଉ ଏକ ଦାବିଦାର ହେବା ଘଟଣା ରାଜନୀତିକୁ ଅଧିକ ଉଷ୍ମ କରିଛି । ଏଥର ଜାତୀୟ ରାଜନୀତିରେ କେନ୍ଦ୍ରରେ ସରକାର ଗଠନରେ ବିଜେଡିର ପ୍ରମୁଖ ଭୂମିକା ରହିବ ବୋଲି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି । ଏଣୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ପଟ୍ଟନାୟକ ଯୋଗ୍ୟ ବ୍ୟକ୍ତି । ସେ ୪ ଥର ମୁଖ୍ୟମନ୍ତ୍ରୀ ହେଲେଣି । ରାଜନୀତିରେ ତାଙ୍କର ଅଭିଜ୍ଞତା ବହୁତ ରହିଛି । ଜଣେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ମୁଖ୍ୟମନ୍ତ୍ରୀ ଭାବେ ଦେଶରେ ତାଙ୍କର ବେଶ ସୁନାମ ରହିଛି । ଦେଶ ତଥା ରାଜ୍ୟବାସୀ ମଧ୍ୟ ଚାହୁଁଛନ୍ତି ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ବିଜୁବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେ ସମୟରେ ମଧ୍ୟ କଥା ଉଠିଥିଲା । କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ ବୋଲି ସେ କହିଛନ୍ତି । କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେଲେ ସମସ୍ୟା ରହିଛି । ବହୁ ସମୟରେ ଦେଖାଯାଇଛି କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପରେ ପଛରୁ ଗୋଡ଼ ଟାଣିଦେଛି । ଜାତୀୟସ୍ତରରେ ସୁଯୋଗ ଆସିଲେ ନବୀନ ପ୍ରଧାନମନ୍ତ୍ରୀ ପାଇଁ ଜଣେ ଦାବିଦାର ହୋଇପାରିବେ ଏକଥା ପାତ୍ର ଜଣାଇବାକୁ ଚାହିଁଛନ୍ତି ।
ସେ ଆହୁରି କହିଛନ୍ତି, ଆମର କଂଗ୍ରେସ ଓ ବିଜେପି ପାଇଁ ଆଉ ସମଦୂରତା କଥା କିଛି ନାହିଁ । ଓଡ଼ିଶାର ସ୍ୱାର୍ଥକୁ ଯିଏ ରକ୍ଷା କରିବ, ଓଡ଼ିଶାକୁ ଯିଏ ସାହାଯ୍ୟ କରିବ, ଓଡ଼ିଶାକୁ ଯିଏ ପ୍ରତି କଥାରେ ସହାୟତା ଦେବ ଏବଂ ଓଡ଼ିଶାର ଦାବିକୁ ଯିଏ ସମର୍ଥନ ଦେବ ତାହା ପ୍ରତି ଆମର ସମର୍ଥନ ରହିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଏଥିରୁ ଜଣାପଡ଼ହୁଛି ଜାତୀୟ ରାଜନୀତିରେ ଭାଗନେଇ ପ୍ରଧାନମନ୍ତ୍ରୀ ହେବା ପାଇଁ ବୋଧହୁଏ ଏବେ ନବୀନ ମନବଳାଇଲେଣି । ଏହା ହୋଇ ନ ଥିଲେ ସୂର୍ଯ୍ୟ କେବେହେଲେ ଏଭଳି ମତ ରଖି ନ ଥାନ୍ତେ ବୋଲି କୁହାଯାଉଛି । ନବୀନଙ୍କ ମତ ନେଇ ନ ଥିଲେ ବା ତାଙ୍କ ଇସାରା ପାଇ ନ ଥିଲେ ସୂର୍ଯ୍ୟ କେବେହେଲେ ଏଭଳି ବୟାନ ଦେଇ ନଥାନ୍ତେ । ନବୀନଙ୍କୁ ପୂର୍ବରୁ ଜାତୀୟଠରୁ ଆରମ୍ଭକରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଜାତୀୟ ରାଜନୀତିରେ ତାଙ୍କର ଆଗ୍ରହ ନେଇ ପ୍ରଶ୍ନ କରାଯାଇଛି ସେ ଏହାକୁ ମନା କରିଛନ୍ତି । ଓଡ଼ିଶାରେ ସେ ଠିକ ଅଛନ୍ତି । ଓଡ଼ିଶାବାସୀଙ୍କ ସବୁବେଳେ ସେବା କରିବାକୁ ସେ ଚାହାଁନ୍ତି । ଏକଥା କହୁଥିôବା ନବୀନ ହଠାତ ମତ ପରିବର୍ତ୍ତନ କରିଛନ୍ତି । ସେ ତାଙ୍କର ନୀତି ଯେତେବେଳେ ପରିବର୍ତ୍ତନ କରିସାରିଲେଣି ସେତେବେଳେ ମନ କରିବର୍ତ୍ତନ କରିବାରେ କିଛି ବାଧା ନାହିଁ ବୋଲି କୁହାଯାଉଛି । ନବୀନ ସମଦୂରତା ନୀତିକୁ ଉଠାଇ ଦେଇଥିôବା ନେଇ ଘୋଷଣା କରିସାରିଛନ୍ତି । ଏଣୁ ଜାତୀୟ ରାଜନୀତି ପାଇଁ ବୋଧହୁଏ ଲକ୍ଷ୍ୟ ରଖି ନୀତି ପରିବର୍ତ୍ତନ କରିଥିବା କଥା ଆଲୋଚନା ହେଉଛି ।
ଏପରି କି ନବୀନ ଏଥର ନିର୍ବାଚନ ପ୍ରଚାର ସମୟରେ ବୁଲି ବୁଲି କହୁଥିଲେ କେନ୍ଦ୍ରରେ କୌଣସି ଜାତୀୟ ଦଳ ସରକାର ଗଠନ ପାଇଁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ । ଆଂଚଳିକ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବେ । ବିଜେଡି ଏଥର କେନ୍ଦ୍ରରେ ସରକାର ଗଠନରେ କିଙ୍ଗ ମେକର ସାଜିବ ବୋଲି ନବୀନ ସୂଚନା ଦେଇଥିଲେ । ଏଣୁ ବହୁ ସଂଖ୍ୟାରେ ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ । ବୋଧହୁଏ ନବୀନ ଜାତୀୟ ରାଜନୀତି କଥାକୁ ଦୃଷ୍ଟିରେ ରଖି ଅଧିକ ଲେକାସଭା ଆସନ ପାଇଲେ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ଦାବିବାର ହୋଇ ପାରିବେ । ଏହି ଭାବନାକୁ ନେଇ ସେ ନିର୍ବାଚନ ସମୟରେ ଏଭଳି ମତ ରଖିଥିବା କଥା ଏବେ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ବୟାନରୁ ସୂଚନା ମିଳୁଥିôବା କଥା ଅନେ କହୁଛନ୍ତି ।

Leave A Reply

Your email address will not be published.