OnaKhabar

ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

0 9

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆଜିଠାରୁ କେତେକ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା କରିଛି ଭୁବନେଶ୍ୱର ଆଂଚଳିକପାଣିପାଗ କେନ୍ଦ୍ର । ଆସନ୍ତା ୨୦ ତାରିଖ ଯାଏଁ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାସହ ୩୦ରୁ ୪୦ କିଲୋମିଟର ବେଗରେ ପବନବହିବାର ଆଶଙ୍କା ରହିଛି । ଆସନ୍ତାକାଲି ଉପକୂଳଓଡ଼ିଶା ସହ ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ,ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଢେଙ୍କାନାଳ,କେନ୍ଦୁଝର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେକାଳବୈଶାଖୀ ଜନିତ ଝଡ଼ି ତୋଫାନ ସହ ଘଡ଼ଘଡ଼ି ଓବର୍ଷା ହୋଇପାରେ ।୧୮ ତାରିଖରେ ମୟୁରଭଞ୍ଜ,ବାଲେଶ୍ୱର, କୋରାପୁଟ, ମାଲକାନଗିରି, କେନ୍ଦୁଝର,ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାସ ମ୍ଭାବନା ରହିଛି । ତେଣୁ ସେହି ସମୟ ଭିତରେ କେହିବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁସତର୍କ ସୂଚନା ଜାରି କରାଯାଇଛି ।ଏପଟେ ଅସହ୍ୟ ଗୁଳୁଗୁଳି ଏବଂ ତାତିରେ ସମଗ୍ରପଶ୍ଚିମ ଓଡ଼ିଶାର ଲୋକେ ସନ୍ତୁଳି ହେଉଛନ୍ତି ।ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ପଶ୍ଚିମ ଏବଂଆଭ୍ୟନ୍ତରୀଣ ଓଡ଼ିଶାର ସାଧାରଣ ଜନଜୀବନକୁଅସ୍ତବ୍ୟସ୍ତ କରିପକାଇଲାଣି । ଦିନ ୯ଟାରୁ ଘରୁବାହାରିବା ମୁସ୍କିଲ ହୋଇଯାଉଛି । ଗୁରୁବାର ରାଜ୍ୟର୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ଛୁଇଁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରିପୋର୍ଟରୁ ଜଣାପଡ଼ିଛି । ସୋନପୁରରେ ସର୍ବାଧିକ୪୩.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡକରାଯାଇଛି । ସେହିପରି ବଲାଙ୍ଗୀରରେ ୪୩.୧ଡିଗ୍ରୀ, ଟିଟିଲାଗଡ଼ରେ ୪୩ ଡିଗ୍ରୀ , ଝାରସୁଗୁଡ଼ାରେ୪୨.୬ ଡିଗ୍ରୀ, ସ ମ୍ବଲପୁରରେ ୪୨.୩ ଡିଗ୍ରୀ,ଭବନୀପାଟଣା ଓ ହୀରାକୁଦରେ ୪୧.୫ ଡିଗ୍ରୀ,ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ ଏବଂ ତାଳଚେରରେ୪୦.୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡକରାଯାଇଛି । ତେବେ ଆସନ୍ତା ୧୮ରୁ ୨୩ ତାରିଖ ଯାଏଁ ପଶ୍ଚିମଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେପ୍ରବଳ ଗ୍ରୀଷ୍ଣପ୍ରବାହ ଜାରିରହିପାରେ ବୋଲି ପାଣିପାଗବିଜ୍ଞାନୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବିଶେଷକରିଝାରସୁଗୁଡ଼ା, ସ ମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼,ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ଅନୁଗୁଳ, ସୋନପୁର,ଓ ନୂଆପଡ଼ା ଜିଲ୍ଲାରେ ତାତିର ମାତ୍ରା ବଢ଼ିବାରସ ମ୍ଭାବନା ରହିଛି । ତେଣୁ ଏହି ସମୟରେ ବରିଷ୍ଠନାଗରିକ ଓ ରୋଗୀମାନେ ସତର୍କତା ଅବଲ ମ୍ବନକରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହ ଘରୁବାହାରିବା ସମୟରେ ଲୋକେ ମୁଣ୍ଡରେ ଛତା,ଓଦାଗାମୁଛା, ପାଦରେ ଜୋତା ବ୍ୟବହାର କରିବାକୁପରାମର୍ଶ ଦିଆଯାଇଛ

Leave A Reply

Your email address will not be published.