OnaKhabar

ଜଳୁଛି ସାରା ରାଜ୍ୟ: ଆଜି ଆହୁରି ବଢିପାରେ ତାପମାତ୍ରା

0 28

ଭୁବନେଶ୍ବର : ଜଳୁଛି ସାରା ରାଜ୍ୟ | ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ତାପମାତ୍ରା ଅଧିକ ରହିବା ସହିତ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେବେ ଆଜିଠାରୁ ସ୍ଥିତି ଆହୁରି ଜଟିଳ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ପ୍ରତିଦିନ ଖରାର ପ୍ରକୋପ ବଢିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉତ୍ତର ଉପକୂଳ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ତେବେ ପ୍ରାୟ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତାପ ବୃଦ୍ଧି ହେବ ବୋଲି ଆଶଙ୍କା କରିଛି ପାଣିପାଗ କାର୍ଯ୍ୟାଳୟ ।

https://www.onakhabar.com/2019/05/41-affceted-in-diarrhea/

Leave A Reply

Your email address will not be published.