OnaKhabar

କେଶ ଝଡିବାରେ ମୁକ୍ତି ଦେଇଥାଏ ଗ୍ରୀନ ଟି

0 1

ଆଜିକାଲିର ଯୁବପିଢ଼ି କେଶ ଝଡ଼ିବା ନେଇ ବହୁତ ଚିତିନ୍ତ । ସେଥିପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆୟୁର୍ବେଦିକ, ହୋମିଓପ୍ୟାଥିକ ସବୁଠୁ ପରାମର୍ଶ ନେଇଥାନ୍ତି । ଅନେକ ମଧ୍ୟ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାନ୍ତି । ଆପଣ ଜାଣିଛନ୍ତି ଗ୍ରୀନ ଟି ମେଦ କମାଇବାରେ ସହାୟକ ହୋଇଥାଏ । ମାତ୍ର ଗ୍ରୀନ ଟି ରେ ରହିଛି ଏପରି ଏକ ଗୁଣ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗ୍ରାନ ଟି କୁ ମୁଣ୍ଡରେ ବ୍ୟବହାର କଲେ ଓ ଦୈନଦିନ ଜୀବନରେ ସାମିଲ କଲେ ମାନସିକ ବିଷାଦ ଯୋଗୁଁ କେଶ ଝଡିବା ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗ୍ରୀନ ଟି ଆପଣଙ୍କ କେଶକୁ ମଜବୁତ କରିବା ପାଇଁ କ’ଣ ସବୁ ଉପାୟ ରହିଛି –
ଅତ୍ୟାବଶ୍ୟକ ଜିନିଷ ଅଛି ଗ୍ରୀନ ଟିରେ
କ୍ୟାରୋଟିନଏଡ, ଟାକୋଫିରେଲସ, ଜିଙ୍କ, କ୍ରୋମିୟମ, ଅସ୍କାରବିକ ଏସିଡ, ସେଲନିୟଭ ଏବଂ ମାଙ୍ଗାନିଜ ଭଳି ଅତ୍ୟାବଶ୍ୟକ ଜିନିଷ । ଯାହା କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବା ସହ କେଶ ଉଠିବାରେ ମଧ୍ୟ ସହାୟକ ହୋଇଥାଏ ।
୧.ପଲିଫିନୋଲର ମାତ୍ରା ଅଧିକ ଥାଏ
ଏପିଗାଲୋକ୍ଟିନ ଗାଲେଟ ମୁଖ୍ୟ ପଲିଫିନୋଲର ଯାହା ଗ୍ରୀନ ଟିରେ ପ୍ରଚୁର ପରିମାଣରେ ଥାଏ । ଏହି ପଲିଫିନୋଲ କେଶର ମୂଳକୁ ମଜବୁତ କରିବା ସହ ଲୋମକୂପକୁ ସକ୍ରିୟ କରିଥାଏ ।
୨.ଚିନ୍ତା ଓ ବିଷାଦ ଦୂର କରିଥାଏ
ଚିନ୍ତାରେ ସବୁବେଳେ ରହିଲେ କେଶ ଅଧିକ ମାତ୍ରାରେ ଝଡିଥାଏ । ତେଣୁ ମାନସିକ ଚାପ ଓ ବିଷାଦ ଦୂର କରିବା ପାଇଁ ଗ୍ରୀନ ଟି ଏକ ଭଲ ଉପାୟ ।
୩.କେଶମୂଳ ରେ ଥିବା ପାରାସାଇଟକୁ ନଷ୍ଟ କରେ
ଗ୍ରାନ ଟି କୁ ମୁଣ୍ଡରେ ଧୋଇଲେ ମୁଣ୍ଡରେ ଥିବା ବ୍ୟାକ୍ଟେରିଆଲ ଓ ଫୁଙ୍ଗାଲ ପାରାସାଇଟକୁ ନଷ୍ଟ କରିଥାଏ । ଏହି ପାରାସାଇଟ କେଶ ମୂଳକୁ ଦୁର୍ବଳ କରିଦେଇଥାଏ ଯାହା ଫଳରେ କେଶ ଝଡ଼ିଥାଏ ।
୪. ରକ୍ତ ସଚାଂଳନ କରିଥାଏ
ଗ୍ରାନ ଟି ରେ ଆମ ଦେହରେ ଥିବା ବ୍ଲଡ ଭେସେଲର ପ୍ଲକକୁ ଭାଙ୍ଗିବାର କ୍ଷମତା ରହିଛି । ଯାହା ସାରା ଶରୀରରେ ରକ୍ତ ସଚାଂଳନ ପ୍ରକ୍ରିୟାକୁ ଠିକ ରଖିଥାଏ ।
ଗ୍ରାନ ଟି କୁ ପିଇବା ସହିତ କିଛି ସମୟ ପାଇଁ କେଶକୁ ଗ୍ରାନ ଟ େ

Leave A Reply

Your email address will not be published.