OnaKhabar

ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କର ମୃତ୍ୟୁ

0 10

ପୁର : ବାତ୍ୟା ଫନି ପ୍ରଭାବିତଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ କାମ କରୁଥିବା ଶ୍ରମିକଙ୍କ ସହିତ ବାରମ୍ବାର ଅଘଟଣ ଘଟୁଛି । ପୁରୀରେ ପୁଣି ଜଣେ ବିଦ୍ୟୁତ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେ ହେଲେ ପବିତ୍ର ଜେନା । ଜୋର ଜବରଦସ୍ତ ତାଙ୍କୁ କାର୍ଯ୍ୟରେ ନିୟୋଜିତ କରିବାରୁ ଏଭଳି ଅଘଟଣ ଘଟିଲା ବୋଲି ଅନ୍ୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଜେଇଇ ରାକେଶ ପଟ୍ଟନାୟକ ପବିତ୍ରଙ୍କୁ କାମ କରିବାକୁ କହିଥିଲେ । ସେ କାମ କରିପାରିବେ ନାହିଁ ବୋଲି କହିବା ସତ୍ୱେ ଜେଇଇ କାମ କରାଇଥିଲେ । ଯଦ୍ୱାରା ପବିତ୍ର ରାତି ପ୍ରାୟ ୧୧ଟା ବେଳେ ପୁରୀ ସଦର ଥାନା ନିକଟ ଟ୍ରାନ୍ସଫର୍ମର୍‌ରେ ଚଢ଼ି ସିଏ କାମ କରିଥିଲେ । ସେହି ଟ୍ରାନ୍ସଫର୍ମରରେ ବିଦ୍ୟୁତ ସଂଯୋଗ ନାହିଁ ବୋଲି ଜେଇଇ କହିଥିଲେ । କିନ୍ତୁ ହଠାତ୍‌ ସେହି ଟ୍ରାନ୍ସଫର୍ମର୍‌ରେ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଫଳରେ ବିଦ୍ୟୁତ ଆଘାତରେ ପବିତ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଅନ୍ୟ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଜେଇଇଙ୍କ କାରଣରୁ ପବିତ୍ର ପ୍ରାଣ ହରାଇଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଗତକାଲିଠାରୁ ପବିତ୍ରଙ୍କର ମୃତ ଦେହ ପଡ଼ି ରହିଥିବା ବେଳେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀଙ୍କର ଦେଖା ନ ଥିବା ଅଭିଯୋଗ ହୋଇଛି । ଏ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.