OnaKhabar

ଏସସିବିରେ ଅସ୍ତ୍ରୋପଚାର ପରେ ଯୁବକ ହେଲେ ଯୁବତୀ

0 11

କଟକ: ଶ୍ରାରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜଣେ ଯୁବକର ଅସ୍ତ୍ରୋପଚାର ପରେ ଲିଙ୍ଗ ପରିବର୍ତନ କରାଯାଇ ତାଙ୍କୁ ଏକ ପୂର୍ଣ୍ଣାଙ୍ଗ ଯୁବତୀରେ ପରିଣତ କରାଯାଇଛି ।
ଦୀର୍ଘ ୮ଘଟାଂର ଅସ୍ତ୍ରୋପଚାର ପରେ ଭୁବନେଶ୍ୱର ବରମୁଣ୍ଡା ପାଇକନଗରର ଧର୍ମନାରାୟଣ ମଲ୍ଲିକ(୨୯) ଗୁରୁବାର ଠାରୁ ଜଣେ ଯୁବତୀ ଭାବେ ପରିଚିତ ହେବେ । ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ଭଲ ଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବରୁ ଏଠାରେ ଲିଙ୍ଗ ପରିବର୍ତନ କରାଯାଇଛି । ଏହା ନୂଆ ଘଟଣା ହୋଇନଥିଲେ ମଧ୍ୟ ତାଙ୍କ ଟିମ ପାଇଁ ଏହା ଅଧିକ ଚ୍ୟାଲେଚଂ ଥିଲା ବୋଲି କହିଛନ୍ତି । ପୂର୍ବରୁ କିନ୍ନରମାନଙ୍କ ଲିଙ୍ଗ ପରିବର୍ତନ କରାଯାଇ ଝିଅ କରାଯାଇଛି । ହେଲେ ଏ କ୍ଷେତ୍ରରେ ସମ୍ପୁର୍ଣ୍ଣ ଯୁବକକୁ ଜଣେ ଏକ ପୂର୍ଣ୍ଣାଙ୍ଗ ଯୁବତୀରେ ପରିଣତ କରାଯାଇଛି । ଯେଉଁଥିପାଇଁ ଅସ୍ତ୍ରୋପଚାରରେ ଦୁଇଗୁଣ ସମୟ ଲାଗିଥିଲା । ପ୍ରଫେସର ଡାକ୍ତର ଚୌଧୁରୀଙ୍କ ସହ ଡ.ପୃଥ୍ୱୀରାଜ ସିଂହ, ଡ.ସତ୍ୟନାରାୟଣ ରାଉତରାୟ, ଡ.ରୋଜାଲିନ ମିଶ୍ର, ଆନାସ୍ଥେସିଆ ବିଭାଗର ପ୍ରଫେସର ଡା. ଦୈତାରୀ ରାଉତରାୟ,ଡା.ସଞ୍ଜିବ ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସହାୟତା କରିଥିଲେ ।
ସଦ୍ୟ ଯୁବତୀ ହୋଇଥିବା ଧର୍ମ ସ୍ନାତକୋତର ଉପାଧିଧାରୀ ଜଣେ ମେଧାବୀ ଛାତ୍ରୀ ଓ ଦିଲ୍ଲୀରେ ରହି ସର୍ବ ଭାରତୀୟ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି । ସେ ନିଜ ଭିତରେ ଜଣେ ଯୁବତୀର ସମସ୍ତ ଗୁଣ ଅନୁଭବ କରିବାପରେ ନିଜ ଲିଙ୍ଗ ପରିବର୍ତନ କରିବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । କାହାକୁ କିଛି ନ ଜଣାଇ ଦେଢ଼ ବର୍ଷ ପୂର୍ବରୁ ସେ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ସର୍ଜରୀ ପାଇଁ ସେ ଗତ ମାର୍ଚ୍ଚ ୧୫ତାରିଖରେ ପ୍ଲଷ୍ଟିକ ସର୍ଜରୀ ବିଭାଗରେ ଭର୍ତି ହୋଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଦେହାରେ ମହିଳା ହରମୋନ ଭର୍ତି କରାଯାଇଥିଲା । ଯାହାଫଳରେ ତାଙ୍କର ଚେହୋରା ଓ ସ୍ତନରେ ଗଠନ ଠିକ ଭାବେ ହୋଇଥିଲା । ପ୍ରଥମେ ତାଙ୍କର ମାନସିକ ସ୍ଥିତି ଓ ଝିଅ ହେବାର ଆଗ୍ରହ ବିଷୟରେ ଜାଣବା ପାଇଁ ମାନସିକ ରୋଗ ବିଭାଗକୁ ପଠାଯାଇଥିଲା । ସେଠାରେ ସେ ଉର୍ତୀର୍ଣ୍ଣ ହେବାପରେ ଏଣ୍ଡ୍ରୋକ୍ରାଇନ ବିଭାଗ ଓ ସର୍ଜରୀ ବିଭାଗର ମତାମତ ଲୋଡ଼ାଯାଇଥିଲା । ତାଙ୍କର ରକ୍ତ ହରମୋନ, ଥାଇରଏଡ, ଲିଭର, ଏମଆରଆଇ ଇତ୍ୟାଦି ପରୀକ୍ଷା କରାଯିବା ପରେ ଷ୍ଟାମ୍ପ ପେପରରେ ତାଙ୍କର ସତ୍ୟପାଠ ନିଆଯାଇଥିଲା । ଶେଷରେ ଗୁରୁବାର ଦିନ ୧୦ଟାରୁ ଅସ୍ତ୍ରୋପଚାର ଆରମ୍ଭ ହୋଇ ପାଖାପାଖି ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ।
ଧର୍ମଙ୍କ ମା’ଙ୍କ କହିବାନୁସାରେ, ସେ ଛୋଟବେଳୁ ଶାନ୍ତ ଓ ସରଳ ସ୍ୱଭାବର ଥିଲା । କେବେ ବି ଝିଅ ହେବା ବିଷୟରେ ସେ କାହା ସହିତ ବି ଆଲେଶଚନା କରିନଥିଲା । ହେଲେ ଏବେ ଅସ୍ତ୍ରୋପଚାର କରିବାକୁ ଆସିବା ପୂର୍ବରୁ ତା ମନ କଥା କହିଥିଲା । ଯଦି ଲିଙ୍ଗ ପରିବର୍ତନ ନ କରିବ ତାହା ହେଲେ ଜୀବନ ହାରିଦେବ ବୋଲଇ କହିଥିଲା । ଗୋଟିଏ ବୋଲଇ ପୁଅ ହୋଇଥିବାରୁ ତା’ ଖୁସିରେ ଆମେ ଖୁସି । ତେବେ ଏ ଅସ୍ତ୍ରୋପଚାର ପରେ ଅନ୍ୟମାନେ ତା’ ଉପରେ ଅସନ୍ତୁଷ୍ଟ ବୋଲି ଧର୍ମଙ୍କ ମା’ କହିଛନ୍ତି ।

Leave A Reply

Your email address will not be published.