OnaKhabar

ଆମ୍ବ ସହ କଲରାକୁ ଭୁଲରେ ବି ଖାଆନ୍ତୁ ନାହିଁ, ନହେଲେ ଉପୁଜିବ ଏହି ସମସ୍ୟା…

0 44

ଭୁବନେଶ୍ୱର: ଆମ୍ବକୁ ଫଳ ମଧ୍ୟରେ ରାଜା ବୋଲି କୁହାଯାଏ । ଏହାର ସ୍ୱାଦ, ବାସ୍ନା ସମସ୍ତଙ୍କୁ ଭଲଲାଗେ । ଭାରତରେ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଆମ୍ବ ମିଳେ । ଆମ୍ବରୁ ପ୍ରସ୍ତୁତ, ଜେଲି, ଖଟା ଓ ଆମ୍ବେଳି ଅନେକ ପସନ୍ଦ କରନ୍ତି । ଏବେ ଦେଶରେ ଆମ୍ବର ଋତୁ ତେଣୁ ପାଚିଲା ଆମ୍ବ ଖାଇବାରେ କିଛିଟା ସତର୍କତା ରହିଛି । ଆମ୍ବ ଖାଇବା ପରେ କଲରା, କଚାଂଲଙ୍କା ଓ ଏଥିରେ ପ୍ରସ୍ତୁତ ଖାଦ୍ୟ ଖାଇବା କଥା ନୁହେଁ । ସେହିଭଳି ରାଇତା ମଧ୍ୟ ଖାଇବା କଥା ନୁହେଁ ।
ଆମ୍ବ ଖାଇବାର କିଛି ସମୟ ପରେ ଯଦି ଆପଣ ଖାଦ୍ୟ ଖାଉଛନ୍ତି ଓ ସେଥିରେ କଲରା ପ୍ରସ୍ତୁତ ବ୍ୟଞ୍ଜନ ଅଛି ତେବେ ତାକୁ ବର୍ଜନ କରନ୍ତୁ । ଆମ୍ବ ସହ କଲରା ସହଜରେ ହଜମ ହୁଏ ନାହିଁ । ଫଳରେ ବାନ୍ତି ଓ ଅନ୍ୟ ସବୁ ଶାରୀରିକ ସମସ୍ୟା ଉପୁଜିଥାଏ । କେବେ କେବେ ଏଥିଯୋଗୁଁ ନଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ମଧ୍ୟ ହୋଇଥାଏ ।
ସେହିଭଳି ପାଚିଲା ଆମ୍ବ ସହ ବା ପରେ କଚାଂ ଲଙ୍କା ଖାଆନ୍ତୁ ନାହିଁ । ଆମ୍ବ ମିଠା ଓ କଚାଂଲଙ୍କା ଉଗ୍ର ସ୍ୱଭାବର । ଏଣୁ ଖାଦ୍ୟ ସହ ଆମ୍ବ ଖାଇଲାବେଳେ କଚାଂଲଙ୍କା ପରିହାର କରନ୍ତୁ । ନଚେତ ପେଟରେ ଜ୍ୱଳନ୍ତ ହେବ । କେବେ କେବେ ପରିସ୍ଥିତି ଏପରି ଅସମ୍ଭାଳ ହୁଏ ଯେ ଏଥିପାଇଁ ହୁଏତ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ ।
ଖାଦ୍ୟରେ ଆମ୍ବ ଖାଇଥିବାବେଳେ ରାଇ ଖାଆନ୍ତୁ ନାହିଁ । ଏଥିଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ । ପ୍ରତ୍ୟେକ ଫଳ ଓ ପନିପରିବାର ନିଜସ୍ୱ ଗୁଣ ରହିଛି । ରାସାୟନିକ ପ୍ରକ୍ରିୟା କାରଣ ଯୋଗୁଁ ପେଟରେ ଏ ସବୁ ହଜମ ହେବାରେ ସମସ୍ୟା ସୃଷ୍ଟି କରେ । ଏଣୁ ଏସବୁ ଦିଗପ୍ରତି ଦୃଷ୍ଟି ଦେଲେ ଫଳ ଓ ପନିପରିବା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ନଥାଏ ।

https://www.onakhabar.com/2019/04/crub-curry-demand-in-summer/

Leave A Reply

Your email address will not be published.