OnaKhabar

ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ

0 11

ଉଦଳା : ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ପ୍ରକୋପ । ଗତକାଲି କପ୍ତିପଦା ଉପଖଣ୍ଡ ଗୋପବନ୍ଧୁନଗର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀ ସମୟରେ ପବନର ମାତ୍ରା ଏତେ ଅଧକା ଥିଲା ଯେ, ଅନେକ ଲୋକଙ୍କ ଘରର ଛପର, ଆଜବେଷ୍ଟସ ଉଡିଯାଇଛି । ବଡ ବଡ ଗଛ ଭାଙ୍ଗିଯାଇଛି । ଗଛ ଉପୁଡି ରାସ୍ତାରେ ପଡିଥିବା ବେଳେ ଯାତାୟତରେ ବାଧା ଉପୁଜିଛି ।

ଭଙ୍ଗା ଘରକୁ ସଜାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି କ୍ଷତିଗ୍ରସ୍ତ । ଗୋପବନ୍ଧୁନଗର ବ୍ଲକର ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ କାଳବୈଶାଖୀରେ ପ୍ରକୋପ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅନେକ ଚାଷଜମି ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

https://www.onakhabar.com/2019/05/a-man-drowing-in-rive

Leave A Reply

Your email address will not be published.