OnaKhabar

ରାଜ୍ୟରେ ନିଆଁ ବର୍ଷା : ତାପମାତ୍ରା ୪୭ ଡିଗ୍ରୀ ଟପିବା ଆଶଙ୍କା

0 16

ଭୁବନେଶ୍ବର : ସାରା ଓଡ଼ିଶାରେ ନିଆଁ ବର୍ଷା । ଏକ ସପ୍ତାହ ଧରି ରାଜ୍ୟରେ ଲାଗି ରହିବ ଅସହ୍ୟ ତାତି । ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି ଖରାର ପ୍ରକୋପ ରହିବ । ୧୮ ବେଳକୁ ସ୍ଥିତି ସାଂଘାତିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଁଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି । ଟିଟିଲାଗଡ଼ ଓ ତାଳଚେର ସମସ୍ତ ରେକର୍ଡ ଭାଙ୍ଗିପାରେ । ସେହିପରି ଭୁବନେଶ୍ବର କଟକର ତାପମାତ୍ରା ୪୨ ଟପିଯିବ । ସ୍ଥିତିକୁ ନଜରରେ ରଖି ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ମୌସୁମି ଆସିବାରେ ମଧ୍ୟ ବିଳମ୍ବ ହେବ । କେରଳକୁ ଜୁନ ୧ତାରିଖ ବଦଳରେ ୬ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଜୁନ ୧୫ତାରିଖ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ସପ୍ତାହ ଧରି ତାପମାତ୍ରାରେ ବୃଦ୍ଧି ହେବା ପରେ ୨୩ ତାରିଖରୁ ପାଗରେ କିଛି ପରିବର୍ତ୍ତନ ହେବ ବୋଲି ଆଶା ରଖିଛନ୍ତି ପାଣିପାଗ ବିଶେଷଜ୍ଞ ।

https://www.onakhabar.com/2019/05/ligting-alert-in-5-districts/

Leave A Reply

Your email address will not be published.