OnaKhabar

ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

0 5

ଶ୍ରୀନଗର: ଆତଙ୍କବାଦୀଙ୍କୁ ମିଳିଲା ଜବାବ | ସୁରକ୍ଷାବାହିନୀ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଥିବା ସୂଚନା ମିଳିଛି | ଆଜି ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗୁରୁବାର ସକାଳୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଦଲିପୁରା ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ, ଏସଓଜି ଓ ସିଆରପିଏଫର ଯବାନ ମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନକାଉଣ୍ଟରେ ଜଣେ ଯବାନ ସହିଦ ହୋଇଛନ୍ତି । ଏନକାଉଣ୍ଟରରେ ଅନ୍ୟ ୨ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆତଙ୍କବାଦୀଙ୍କ ଗୁଳିର ଶିକାରରେ ଆହତ ହୋଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ସର୍ଚ୍ଚ ଅପରେଶନ ଜାରି ଥିବା ବେଳେ ସଂପୃକ୍ତ ଅଂଚଳରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରି ଦିଆଯାଇଛି । ଏଥି ସହିତ କର୍ଫ୍ୟୁ ଜାରି କରାଯାଇଛି । ଏକ ନିଦ୍ଦିଷ୍ଟ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବାର ସୂଚନା ମିଳିବା ପରେ ସୁରକ୍ଷାବାହିନୀ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । କୁହାଯାଉଛି ଯେ, ସୁରକ୍ଷାବଳଙ୍କୁ ସଂପୃକ୍ତ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହୁଥିବା ନେଇ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାବାହିନୀର ଯବାନମାନେ ତଲାସୀ ଅଭିଯାନ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ଗୁଳିର ଯବାବ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରବିବାର ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଦକ୍ଷିଣ କଶ୍ମୀରର ସୋପିଆ ଜିଲ୍ଲା ଅନ୍ତର୍ଗତ ହିନ୍ଦ ସୀତାପୁର ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏନକାଉଣ୍ଟର କରାଯାଇଥିଲା ।

https://www.onakhabar.com/2019/05/protesting-against-the-road-naxals-set-constuction-vehicles-on-fire-at-kalahandi/

 

Leave A Reply

Your email address will not be published.