OnaKhabar

ଭେଣ୍ଡି ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢାନ୍ତୁ

0 48

ଭୁବନେଶ୍ୱର: ସାଧାରଣତଃ ଭେଣ୍ଡି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଭିଟାମିନସ୍, ମିନେରାଲ୍ସ ଏବଂ ପୋଷାକ ତତ୍ୱରେ ଭରପୁର ଥିବା ଭେଣ୍ଡି ଦୃଷ୍ଟି ବଢ଼ାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡିର ଅନ୍ୟ କିଛି ଫାଇଦା ବିଷୟରେ-
* ଭେଣ୍ଡି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ । ଏହା ସହ ଭେଣ୍ଡିର ପାଣି ପିଇ ମଧ୍ୟ ଆପଣ ଓଜନକୁ ନିୟନ୍ତ୍ରଣ କରି ପାରିବେ । ଏହା ମେଟାବଲିଜିମ ଏବଂ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ ।
* ଭେଣ୍ଡିରେ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ । ଯାହା ସର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
* ଭେଣ୍ଡିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
* ଅଧିକ ସମୟ ଖରାରେ ରହିବା ଦ୍ୱାରା ତ୍ୱାଚାଜନିତ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଆପଣମାନେ ଭେଣ୍ଡିରେ ମାକ୍ସ ତିଆରି କରି ଲଗାନ୍ତୁ । ଭେଣ୍ଡିକୁ ଗ୍ରାଇଣ୍ଡ କରି ସେଥିରୁ ଲେମ୍ବୁ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ । ୧୦-୧୫ ରଖିବା ପରେ ଭଲ ଭାବରେ ଧୋଇ ଦିଅନ୍ତୁ ।

https://www.onakhabar.com/2019/05/pregnancy-diet-healthy-food-for-new-mom-diet/

Leave A Reply

Your email address will not be published.