OnaKhabar

ରାସ୍ତା କାମକୁ ବିରୋଧ କରି ଗାଡ଼ି ପୋଡ଼ିଲେ ନକ୍ସଲ

0 8

ଭବାନୀପାଟଣା: ଦିନକୁ ଦିନ ନକ୍ସଲଙ୍କ ଲଙ୍କାକାଣ୍ଡ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ରାସ୍ତା କାମକୁ ବିରୋଧ କରି ନକ୍ସଲମାନେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତୀ ମଦନପୁର ରାମପୁର ଥାନା ଅନ୍ତର୍ଗତ ନୂଆମୁଣ୍ଡାରେ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ମିକ୍ସର ମେସିନ ପୋଡ଼ି ଦେଇଥିବା ଦେଖିବାକୁ ମିଳୁଛି । ନକ୍ସଲମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟାଇଛନ୍ତି । ଉର୍ଲାଦନୀରୁ ଲହାଡ଼ିକୁ ହେଉଥିବା ରାସ୍ତାକୁ ବିରୋଧ କରି ୧୦ ରୁ ୧୫ ଜଣ ନକ୍ସଲ ଏହି କାମ ନେଇଥିବା ଠିକାଦାରଙ୍କ କ୍ୟମ୍ଫରେ ପୋଡ଼ାଜଳା କରିଛନ୍ତି । ସେଠାରେ ସେମାନେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି । ରାସ୍ତା ନିର୍ମାଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ କରିଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

https://www.onakhabar.com/2019/05/30-female-border-officers-joined/

Leave A Reply

Your email address will not be published.