OnaKhabar

ଅଦ୍ଭୁତ ଯୁବକ, ସାପ କାମୁଡ଼ିବାରୁ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ…

0 14

ମାଲକାନଗିରି: ସାପ କାମୁଡିବାରୁ ଜଣେ ଯୁବକ ସାପ ସହ ମେଡିକାଲକୁ ଆସିଥିବାର ସୂଚନା ମିଲିଛି | ଏଭଳି ଅବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି ।
ସାପ କାମୁଡାରେ ଆହତ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି, ମାଲକାନଗିରି ଜିଲ୍ଲା ଏମ୍‌ଭି-୬୩ ଗାଁର ପାର୍ଥ ସରକାର | ସେ ପୋଖରୀରେ ଗାଧୋଉଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ସାପ ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲେ। ତା’ପରେ ସେ ସେଠାରେ ସାପକୁ ପିଟି ମାରି ଦେଇଥିଲେ । ସାପ ମରିଯିବା ପରେ ସେ ମାଲକାନଗିରି ଡାକ୍ତରଖାନାକୁ ଆସିଥିଲେ । ବିଷ ଚରିଯିବା ଭୟରେ ଜଙ୍ଘରେ ସେ ଗାମୁଛା ବି ବାନ୍ଧିଥିଲେ। ତେବେ ସେ ମଲା ସାପଟିକୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । ସାପକୁ ଦେଖି ଡାକ୍ତରଖାନାରେ ଥିବା ଲୋକେ ଡରି ଯାଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ପାର୍ଥ ମଲା ସାପଟିକୁ ଡାକ୍ତରଖାନା ବାହାରେ ଫୋପାଡ଼ି ଦେଇଥିଲେ । ତା’ପରେ ତାଙ୍କର ଚିକିତ୍ସା ହୋଇଥିଲା । ତେବେ ସାପଟି ବିଷଧର ହୋଇ ନଥିବାରୁ ପାର୍ଥଙ୍କ ଜୀବନ ପ୍ରତି ବିପଦ ନଥିଲା । ସାମାନ୍ୟ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

https://www.onakhabar.com/2019/05/ead-body-of-a-woman-found-at-soro/

 

Leave A Reply

Your email address will not be published.